ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ତାଙ୍କ ଅପକିମଂ ଫିଲ୍ମ ‘ପଠାନ’କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମର ଏକ ଗୀତ ‘ବେସରମ ରଙ୍ଗ’ରେ ଅଭିନେତ୍ରୀ ଏକ ଗେରୁଆ ରଙ୍ଗର ବିକିନି ପିନ୍ଧି ବୋବାଲ କରିଛନ୍ତି । ଏହି ବିକିନିରେ ଶାହାରୁଖଙ୍କ ସହ ଦୀପିକାଙ୍କ ସିଜଲିଂ ମୁଭ୍ସ ଦେଖିବାକୁ ମିଳିଛି ।
ଗୀତରେ ଦୀପିକା ହଳଦିଆ ରଙ୍ଗର ଏକ ବିକିନି ପିନ୍ଧି ଆସିଛନ୍ତି ଚର୍ଚ୍ଚାକୁ । ଏଥିରେ ଅଭିନେତ୍ରୀ ଖୁବ୍ ହଟ୍ ଲାଗୁଛନ୍ତି । ତେବେ ଏହି ବିକିନିର ଦାମ ପ୍ରାୟ ୨୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି । ଲୋଇସା ବାଲ୍ଲୁ ବ୍ରାଣ୍ଡର ଏହି ବିକିନର ଦାମ ୧୯,୭୭୩ ଟଙ୍କା ।
ଏହି ମୁଭିର ଏକ ସିନରେ ଦୀପିକା ଗୋଲଡେନ କଲର ମେଟାଲିକ ସ୍ୱିମିଂ ଶୁଟରେ ନଜର ଆସିଛନ୍ତି ଏହିି ମନୋକିନିରେ ବହୁତ ସାରା କଟ୍ସ ଲାଗୁଛନ୍ତି ଅଭିନେତ୍ରୀ । ଅଭିନେତ୍ରୀ ଗୋଲଡେନ ହୁପ ଇୟର ରିଂ ସହ ଏହାକୁ ପେୟାର କରିଛନ୍ତି । ଓଦା କେଶ ଓ ସ୍ମୋକି ଆଇଜ ଲୁକରେ ଆକ୍ଟ୍ରେସ ସେକ୍ସି ଲାଗୁଥିବା ବେଳେ ଏହାର ଦାମ ରହିଛି ୧୧,୮୫୦ ଟଙ୍କା ।
ବସେରମ ରଙ୍ଗ ଗୀତରେ ଦୀପିକାଙ୍କର କିଛି ବୋଲ୍ଡ ଲୁକ ଭାଇରାଲ ହେଉଛି । ଏହାସହ ଅଭିନେତ୍ରୀଙ୍କ କଷ୍ଟ୍ୟୁମକୁ ନେଇ ବି ଚର୍ଚ୍ଚା ହେଉଛି । ଏକ ସିନରେ ଦୀପିକା ଶିମର ପର୍ପଲ ଟପ ଓ ସ୍କଟ ପିନ୍ଧିଛନ୍ତି । ଅଭିନେତ୍ରୀଙ୍କ ଏହି ଲୁକ ବି ଖୁବ୍ ବିନ୍ଦାସ ଲାଗୁଛି । ମଲଟି କଲର ବିକିନିରେ ଅଭିନେତ୍ରୀ ଗର୍ଜିୟସ ଲୁକରେ ଡ୍ୟାନ୍ସ କରୁଥିବା ଦେଖାଯାଇଛି ।