୯୩,୨୭୭ ଟଙ୍କାର ଟପ୍ ପିନ୍ଧି ପ୍ରଶଂସକଙ୍କ ହୃଦୟ ଜିତିଲେ ଦୀପିକା

ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନଙ୍କର ରହିଛନ୍ତି କୋଟି କୋଟି ପ୍ରଶଂସକ । ଅନେକ ଲୋକଙ୍କ କ୍ରସ ହୋଇଥିବା ଦୀପିକା ବଲିଉଡ୍ ଠାରୁ ହଲିଉଡ୍ ପର୍ଯ୍ୟନ୍ତ ସବୁଠି ହିଟ୍ କହିଲେ ଚଳେ । ତାଙ୍କର ଫ୍ୟାଶନ କଥା ଯଦି ଆଲୋଚନା କରାଯାଏ ସେ ତାଙ୍କର ନିଜର ଏକ ଷ୍ଟାଇଲ ମେଣ୍ଟେନ କରନ୍ତି । ଖାସ୍ କଥା ହେଲା ଦୀପିକା ତାଙ୍କ ଡ୍ରେସଠାରୁ ନେଇ ମେକଅପ୍ ପଯ୍ୟନ୍ତ ସବୁଥିରେ ସେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଏଥର ଦୀପିକା ତାଙ୍କ ଶାଶୁ ବା ରଣବୀର ସିଂଙ୍କ ମା’ ଅଞ୍ଜୁ ଭବନାନୀଙ୍କ ଜନ୍ମଦିନରେ ଯେଉଁ ଟପ୍ ପିନ୍ଧିଥିଲେ ଏବେ ତାକୁ ନେଇ ଚର୍ଚ୍ଚା ଯୋର ଧରିଛି । ବାଲେନସିଆଗା ବ୍ରାଣ୍ଡର ଏହି ଟପ ସହ ବ୍ଲାକ କଲର ପ୍ୟାଣ୍ଟରେ ଖୁବ୍ ସୁନ୍ଦର ଲାଗୁଥିଲେ ଦୀପିକା । ଏହାର ଦାମ କଥା ଯଦି ଆଲୋଚନାକୁ ଆସେ ତେବେ କେବଳ ଟପର ଦାମ ରହିଥିଲା ୯୩,୨୭୭ ଟଙ୍କା ତାହା ପୁଣି ବାଲେନସିଆଗା ୱେବସାଇଟରେ ମିଳୁନାହିଁ । ଯଦି କେହି ଏହାକୁ ପସନ୍ଦ କରନ୍ତି ତେବେ ଫରଜେରି ୱେବସାଇଟରେ ଏହାକୁ ପାଇ ପାରିବେ ।

Share