ବାର୍ଥ ଡେ’ ଓ୍ବିଶ୍‌ ପୋଷ୍ଟ କଲେନି ଦୀପିକା

ମୁମ୍ବାଇ: ଅନେକ ସମୟରେ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଶେୟାର କରି ଟ୍ରୋଲର ଶିକାର ହୋଇଥାନ୍ତି। କିନ୍ତୁ ବଲିଉଡ୍‌ ନାମୀ ଅଭିନେତ୍ରୀ ଦୀପିକା ପାଦୁକୋନ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର ନ କରିବାରୁ ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି। ଗୁରୁବାର ଅଭିନେତା ରଣବୀର ସିଂଙ୍କ ଜନ୍ମଦିନ ଥିବାବେଳେ ଦୀପିକା ସ୍ବାମୀଙ୍କୁ ସୋସିଆଲ ମିଡିଆରେ ବାର୍ଥ ଡେ’ ଓ୍ବିଶ୍‌ ପୋଷ୍ଟ ଶେୟାର କରି ନ ଥିବାରୁ ଅନେକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଦୀପିକା ଆଇସ୍‌କ୍ରିମ୍‌ ଖାଉଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ସ୍ବାମୀଙ୍କ ଜନ୍ମଦିନ ଥିବାବେଳେ ଦୀପିକା ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ନ ଜଣାଇ କିପରି ଫଟୋ ପୋଷ୍ଟ କରୁଛନ୍ତି ବୋଲି ୟୁଜର କମେଣ୍ଟ କରି କହିଛନ୍ତି। ଆଉ କେତେଜଣ ୟୁଜର୍ସ ରଣବୀରଙ୍କ ଜନ୍ମଦିନ ଫଟୋ ଶେୟାର କରିବାକୁ କହିଛନ୍ତି। ସେପଟେ ସୋସିଆଲ ସାଇଟ୍‌ରେ ରଣବୀରଙ୍କୁ ଶୁଭେଚ୍ଛାର ସୂଅ ଛୁଟିଥିଲା। ଅନେକ ସିନେପ୍ରେମୀ, ବନ୍ଧୁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଥିବାଦେଖିବାକୁ ମିଳିଛି। ଆଗାମୀଦିନରେ ରଣବୀରଙ୍କ ‘ରକି ଅର ରାନି କି ପ୍ରେମ କାହାନି’ ରିଲିଜ୍‌ ହେବାକୁ ଥିବାବେଳେ ଦୀପିକାଙ୍କ ‘ପ୍ରୋଜେକ୍ଟ କେ’ ପାଇଁ ସେ ଏବେ ବ୍ୟସ୍ତ ଥିବା କୁହାଯାଉଛି।

Share