Advertisement

ଶାହରୁଖଙ୍କ ପ୍ରଶଂସାରେ ଦୀପିକା

ଦୀପିକା ପାଦୁକୋନ ଏବେ ଶାହରୁଖଙ୍କ ପ୍ରଶଂସାରେ ଶତମୁଖ। କାରଣ ସେ ହେଉଛନ୍ତି ତାଙ୍କର ପ୍ରଥମ ସିନେମାର ନାୟକ। ହେଲେ ସେହି ଖୁସି ସହ ଆଉ ଏକ କଥା ନିକଟରେ ଯୋଡି ହୋଇଛି। ଦୀପିକାଙ୍କ ପ୍ରଥମ ସିନେମା ‘ଓମ୍‌ ଶାନ୍ତି ଓମ୍‌’ ପରେ ସେ ଶାହରୁଖଙ୍କ ସହ ‘ଚେନ୍ନାଇ ଏକ୍ସପ୍ରେସ’ରେ ଅଭିନୟ କରିଥିଲେ। ଆଉ ଏବେ ପୁଣି ଥରେ ଏହି ଯୋଡି ବଡପରଦାରେ ମୁହଁ ଦେଖାଇବାକୁ ଯାଉଛନ୍ତି। ଅର୍ଥାତ୍‌, ସିଦ୍ଧାର୍ଥ ଆନନ୍ଦଙ୍କ ଆଗାମୀ ଫିଲ୍ମ ‘ପଠାନ୍‌’ର ନାୟକ ସାଜୁଛନ୍ତି ଶାହରୁଖ ଆଉ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ଦୀପିକା। ଏ ନେଇ ଦୀପିକା କହନ୍ତି, ‘ଯେତେବେଳେ ମୋତେ ଏହି ଅଫର ମିଳିଲା ସେତେବେଳେ ମୁଁ ତାହା ସତ ବୋଲି ବିଶ୍ୱାସ କରିପାରି ନ ଥିଲି। ମୁଁ ଏତେ ଖୁସି ହୋଇଯାଇଥିଲି ଯେ ମୋ ଆଖିରୁ ଦୁଇ ଟୋପା ଲୁହ ଗଡି ପଡିଥିଲା। ଶାହରୁଖଙ୍କୁ ମୁଁ ଯେତେ ପ୍ରଶଂସା କରିବି ତାହା ସେତେ କମ୍‌ ହେବ।’ ତେବେ ଏହି ଫିଲ୍ମର ପ୍ରାରମ୍ଭିକ କାମ ଚାଲୁ ରହିଛି। ଅନ୍ୟପକ୍ଷରେ ରାଜକୁମାର ହୀରାନୀଙ୍କ ଏକ କମେଡି ଫିଲ୍ମରେ ମଧ୍ୟ ଶାହରୁଖ ଅଭିନୟ କରିବେ, ଯାହାର ଶୁଟିଂ ଏହି ବର୍ଷ ଶେଷ ଭାଗ କିମ୍ବା ଆସନ୍ତା ବର୍ଷ ପ୍ରାରମ୍ଭରେ ଆରମ୍ଭ ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share