ଦର୍ଶକଙ୍କ ହୃଦୟ ଜିଣିଲେ ଦୀପିକା-ରଣବୀର

ମୁମ୍ବାଇ: ବହୁ ଦିନ ପରେ ବଲିଉଡ୍‌ର ପାଓ୍ବାରଫୁଲ୍‌ କପଲ ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କୁ ଏକାଠି ଦେଖିବାକୁ ମିଳିଛି। ସେମାନେ ଏକାଠି ଫିଲ୍ମ ଫେୟାରରେ ଭାଗ ନେଇଥିଲେ। ଯେତେବେଳେ ଏହି ଦମ୍ପତି ହାତ ଧରି ଜିକ୍ୟୁ ପୁରସ୍କାର ସମାରୋହରେ ପହଞ୍ଚିଲେ, ସମସ୍ତଙ୍କ ଆଖି ତାଙ୍କ ଉପରେ ଥିଲା। ସୋସିଆଲ ମିଡିଆରେ ସେମାନଙ୍କର ହଟ୍‌ କେମେଷ୍ଟ୍ରିର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଲୋକମାନେ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି।
ଏହି ସମାରୋହର ରେଡ୍‌ କାର୍ପେଟରେ ପହଞ୍ଚିଥିଲେ ଦୀପିକା-ରଣବୀର। ରଣବୀର ଏକ କଳା ରଙ୍ଗର ଶୁଟ୍‌ ପିନ୍ଧିଥିବା ବେଳେ ଦୀପିକା ଏକ ଲାଲ୍‌ ରଙ୍ଗର କୋଟ୍‌ ଶୁଟ୍‌ରେ ନଜର ଆସିଛନ୍ତି। ଏହି ସମୟରେ ରଣବୀର ପୂର୍ବପରି ବହୁତ ଖୁସି ଦେଖାଯାଉଥିଲେ ଏବଂ ଦୀପିକା ତାଙ୍କ ହାତକୁ ଜୋର୍‌ କରି ଧରିଥିଲେ। ଦୀପିକା ମଧ୍ୟ ଧୀରେ ଧୀରେ ହସୁଥିଲେ। ଏହା ପରେ ରଣବୀର ଦୀପିକାଙ୍କ ଆଖିକୁ କିଛି ସମୟ ଚାହିଁଲେ ଏବଂ ପରେ ଫଟୋଗ୍ରାଫରଙ୍କୁ ପୋଜ୍‌ ଦେଲେ। ଦୁହିଁଙ୍କ ଚାହାଣୀ ଦର୍ଶକଙ୍କ ହୃଦୟ ଜିଣିଥିଲା। ସମସ୍ତେ ଏହି ଦୁଇ ସେଲିବ୍ରିଟିଙ୍କ ବନ୍ଧନ ଦେଖି ଖୁସି ଅନୁଭବ କରିଥିଲେ।

Share