‘କଫି ୱିଥ କରନ’କୁ ଆସିବାକୁ ମନାକଲେ ଦୀପିକା !

କରନ ଜୋହରଙ୍କ ଚାଟ ଶୋ’ ‘କଫି ୱିଥ କରନ’ ପ୍ରାୟତହଃ ଚର୍ଚ୍ଚାରେ ରହି ଆସିଛି।
ପ୍ରତ୍ୟେକ ଥର ପରି ସପ୍ତମ ସିଜିନରେ ମଧ୍ୟ ଅନେକ ତାରକା କରନଙ୍କ ସାମ୍ନାରେ ବସି ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ ଅନେକ କଥା ଶେୟାର କରୁଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ସିଜିନରେ ଅନେକ ବଲିଉଡ ଷ୍ଟାର ଏହି ଶୋ’ର ଅଂଶ ହୁଅନ୍ତି।
ସୂଚନା ଅନୁଯାୟୀ, ଦୀପିକା ପାଦୁକୋନଙ୍କୁ କରନ ଜୋହରଙ୍କ ଚାଟ ଶୋ ‘କଫି ୱିଥ କରନ’ରେ ଆସିବା ପାଇଁ ପର୍ସନାଲ ଇନଭିଟେଶନ ପଠାଯାଇଥିଲା। ନିର୍ମାତା ଦୀପିକାଙ୍କୁ ଶୋ’କୁ ଆସିବାକୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୀପିକା ଶୋ’ରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିନେତ୍ରୀ ଶୋ’କୁ ଆସିବାକୁ ମନା କରିଦେଇଛନ୍ତି।

Share