ସଲମାନଙ୍କ ସହ କାମ କରିବାକୁ ମନା କରିଥିଲେ ଦୀପିକା, ଏବେ ଖୋଲିଲେ ରାଜ୍‌

ମୁମ୍ବାଇ: ୨୦୦୭ରେ ଶାହରୁଖ ଖାନ୍‌ଙ୍କ ସହ ଅଭିନେତ୍ରୀ ଦୀପିକା ପାଦୁକୋନ ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ରେ ଅଭିନୟ କରିଥିଲେ। କିନ୍ତୁ ଜାଣନ୍ତି କି ବଲିଉଡ୍‌ର ପ୍ରଥମ ଅଫର୍‌ ଦୀପିକାଙ୍କୁ ସଲମାନ ଖାନ ହିଁ ଦେଇଥିଲେ। ଯାହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। ବର୍ତ୍ତମାନ ସେ ନିଜେ ଏହାର ରାଜ୍‌ ଖୋଲିଛନ୍ତି।

ଦୀପିକା ବଲିଉଡ୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ, ଯିଏ କି ବିଭିନ୍ନ ଚରିତ୍ର ମାଧ୍ୟମରେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାକୁ ଚେଷ୍ଟା କରିଥାନ୍ତି। ୨୦୦୫ରେ ସେ ପ୍ରଥମେ ହିମେଶ ରେଶମିଆଙ୍କ ମ୍ୟୁଜିକ୍‌ ଭିଡିଓ ‘ନାମ ହୈ ତେରା’ରେ ଅଭିନୟ କରିଥିଲେ। ଏହି ମ୍ୟୁଜିକ୍‌ ଭିଡିଓ ପରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ୨୦୦୭ରେ ଶାହାରୁଖଙ୍କ ସହ ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ରେ ଅଭିନୟ କରିଥିଲେ। କିନ୍ତୁ ସଲମାନ ଏହା ପୂର୍ବରୁ ଦୀପିକାଙ୍କୁ ଫିଲ୍ମ ଅଫର ଦେଇଥିଲେ। ମାତ୍ର ଦୀପିକା ମନା କରିଦେଇଥିଲେ।
ଦୀପିକା କହିଛନ୍ତି, ମୋର ଏବଂ ସଲମାନଙ୍କ ସମାନତା ସବୁବେଳେ ସୁନ୍ଦର ଥିଲା। ମୁଁ ତାଙ୍କ ନିକଟରେ ସର୍ବଦା କୃତଜ୍ଞ କରିବି। କାରଣ ସେ ହିଁ ମୋତେ ପ୍ରଥମ ଫିଲ୍ମ ଅଫର ଦେଇଥିଲେ। ମୁଁ ସେତେବେଳେ ମଡେଲିଂ ଆରମ୍ଭ କରିଥିଲି ଏବଂ ମୋ ସହ କାମ କରିଥିବା ବ୍ୟକ୍ତି ତାଙ୍କୁ ମୋ ନାମ ଦେବାକୁ ପରାମର୍ଶ ଦେଇଥିଲେ। ସେ ମୋ ଭିତରେ ଥିବା ସମ୍ଭାବନାକୁ ଦେଖିଥିଲେ। ଯାହାକି ମୁଁ ନିଜେ ମଧ୍ୟ ଜାଣି ନ ଥିଲି।

ଦୀପିକା କହିଛନ୍ତି, ସେହି ସମୟରେ ସେ ଅଭିନୟ ଏବଂ ଫିଲ୍ମ ପ୍ରତି ଆଗ୍ରହୀ ନ ଥିଲେ। ଆଦୌ ଅଭିନୟ କରିବାକୁ ଚାହୁଁ ନ ଥିଲେ। ତେଣୁ ସଲମାନଙ୍କ ଫିଲ୍ମକୁ ନା କହିଥିଲେ। ଅବଶ୍ୟ, ଦୁଇ ବର୍ଷ ପରେ ମୁଁ ‘ଓମ୍‌ ଶାନ୍ତି ଓମ୍‌’ ପାଇଲି। ସେତେବେଳକୁ ମୋର ମନ ବଦଳିଗଲା ଏବଂ ମୁଁ ଫିଲ୍ମକୁ ହଁ କହିଥିଲି।

ଦୀପିକା ଆଶା କରିଛନ୍ତି, ସେ ଦିନେ ନା ଦିନେ ସଲମାନଙ୍କ ସହ କାମ କରିବେ। ଏକ ପ୍ରୋଜେକ୍ଟରେ ଦୀପିକା ଏବଂ ସଲମାନଙ୍କୁ ଏକାଠି ଦେଖିବା ପାଇଁ ପ୍ରଶଂସକମାନେ ବି ବହୁତ ଉତ୍ସାହିତ ଅଛନ୍ତ। ଦେଖାଯାଉ ଏହା କେବେ ସମ୍ଭବ ହୋଇପାରୁଛି।

Share