ଡିପ୍ରେସନକୁ ନେଇ ଏମିତି କହିଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ଆଜି ସେ ଜଣେ ସଫଳ ଅଭିନେତ୍ରୀ ଏବଂ ତାଙ୍କ ବୈବାହିକ ଜୀବନରେ ବହୁତ ଖୁସିରେ ମଧ୍ୟ ଅଛନ୍ତି। କିନ୍ତୁ ଦୀପିକା ଜୀବନରେ ଅନେକ ସଂଘର୍ଷ ଦେଇ ଗତି କରିଥିଲେ। ସେ ଏତେ ଡିପ୍ରେସନ ହୋଇଯାଇଥିଲେ ଯେ ଆତ୍ମହତ୍ୟା କରିବା କଥା ତାଙ୍କ ମନକୁ ଆସିଥିଲା। ଦୀପିକା ଅନେକ ସମୟରେ ତାଙ୍କ କଷ୍ଟ ଦିନରେ ସମ୍ମୁଖୀନ ହୋଇଥିବା ଅସୁବିଧାକୁ ମଧ୍ୟ ଶେୟାର କରିଛନ୍ତି। ପୁଣି ଥରେ ଦୀପିକା ତାଙ୍କ ଡିପ୍ରେସନ ଦିନ ବିଷୟରେ ଖୁଲାସା କରିଛନ୍ତି।
ଦୀପିକା ତାମିଲନାଡୁର ତିରୁଭାଲୁରରେ ଅଛନ୍ତି। ଅକ୍ଟୋବର ୧୦ରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସରେ ଦୀପିକା କହିଛନ୍ତି, ଏକ ସମୟରେ ସେ ଡିପ୍ରେସନର ମୁକାବିଲା କରୁଥିଲେ। ସେହି ସମୟ ମଧ୍ୟରେ ମୋ ମା’ଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ମୁଁ ପୂରା ଭାଙ୍ଗିପଡିଥିଲି। ସେତେବେଳେ ମୁଁ ନିଜ ଭିତରେ ଏକ ଶୂନ୍ୟତା ଅନୁଭବ କଲି। ମୋ ଜୀବନରେ କିଛି ଅଜବ ଜିନିଷ ଦିନ, ସପ୍ତାହ ଏବଂ ମାସ ମାସ ଧରି ଚାଲିଥିଲା। ମୋ ମା’ ମୋର ଅବସ୍ଥା ଚିହ୍ନିଥିଲେ। ମୋ ମା’ ବାପା ବରାବର ମୋ ପାଖକୁ ଆସୁଥିଲେ। ସେମାନେ ଯିବା ଦିନ ମୁଁ ତାଙ୍କୁ ଧରି ଜୋରରେ କାନ୍ଦୁଥିଲି। ମା’ ମୋତେ ବହୁତ କିଛି ବୁଝାଇଥିଲେ। ମୋ ମା’ ମୋତେ କିଛି ପ୍ରଶ୍ନ ପଚାରିଥିଲେ। ପ୍ରେମିକ ଯୋଗୁ ଏ ଅବସ୍ଥା? କେଉଁ କାମ ହେତୁ? କିଛି ଘଟିଛି କି? ମୋ ପାଖରେ ଉତ୍ତର କୌଣସି ନ ଥିଲା କାରଣ ଏହିପରି କିଛି ଘଟି ନ ଥିଲା। ଏହାପରେ ସେ ମୋତେ ବୁଝାଇଥିଲେ। ମୁଁ ଭାବୁଛି ଈଶ୍ବର ହିଁ ସେମାନଙ୍କୁ ମୋ ପାଇଁ ପଠାଇଥିଲେ। ଏହାପରେ ସବୁକିଛି ସଠିକ୍‌ ହେବାକୁ ଲାଗିଥିଲା।

Share