ସ୍ବାମୀଙ୍କ ନମ୍ବରକୁ ଫୋନ୍‌ରେ ଏହି ନାଁରେ ସେଭ୍‌ କରିଛନ୍ତି ଦୀପିକା

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜି ତାଙ୍କର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ବହୁ ସେଲବ୍ରିଟିଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ମଧ୍ୟରେ କେତେ ପ୍ରେମ ଅଛି ତାହା ସମସ୍ତେ ଜାଣନ୍ତି। ସମୟ ସମୟରେ ଦୁହେଁ ପରସ୍ପର ପ୍ରତି ଥିବା ନିଜର ପ୍ରେମ ପ୍ରକାଶ କରିବାକୁ ହାତଛଡ଼ା କରନ୍ତି ନାହିଁ। ପ୍ରଶଂସକମାନେ ଉଭୟଙ୍କ ଯୋଡିକୁ ବହୁତ ପସନ୍ଦ କରନ୍ତି। ରଣବୀର ଏବଂ ଦୀପିକା ପାଦୁକୋନ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି।
ରଣବୀର ଏବଂ ଦୀପିକା ବିଭିନ୍ନ ଫିଲ୍ମର ଶୁଟିଂ କରିବାକୁ ଯାଆନ୍ତି, ସେମାନେ କ୍ରମାଗତ ଭାବରେ ଫୋନରେ କଥା ହୁଅନ୍ତି। ଏହା ସହ ଜଡିତ ଏକ ମଜାଦାର ବିଷୟ ସାମ୍ନାକୁ ଆସିଛି। ଦୀପିକା ନିଜ ଫୋନ୍‌ରେ ସ୍ବାମୀଙ୍କ ନାଁ ଏକ ମଜାଳିଆ ଅନ୍ଦାଜ୍‌ରେ ସେଭ୍‌ କରିଛନ୍ତି। ସେ ତାଙ୍କ ଫୋନ୍‌ରେ ରଣବୀର ନାଁ ହ୍ୟାଣ୍ଡ୍‌ସମ୍‌ ଲେଖି ସେଭ୍‌ କରିଛନ୍ତି।
୨୦୧୮ରେ ନଭେମ୍ବର ୧୪ରେ ରଣବୀରଏବଂ ଦୀପିକା ବିବାହ କରିଥିଲେ। ବିବାହ ପୂର୍ବରୁ ଉଭୟ ପ୍ରାୟ ୬ ବର୍ଷ ପରସ୍ପରକୁ ଡେଟ କରିଥିଲେ।

Share