ବଲିଉଡର ଆଗଧାଡିର ନାୟିକା ଦୀପିକା ପାଦ୍ୟୁକୋନ୍ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ସେ ମା’ ହେବାକୁ ଯାଉଥିବା କଥା ସୋସିଆଲ ମିଡିଆରେ ଆଲୋଚନରା ହେଉଛି। କାରଣ ନିକଟରେ ତାଙ୍କୁ ସ୍ବାମୀ ରଣବୀର ସିଂଙ୍କ ସହ ଏକ ଡାକ୍ତରଖାନା ଆଗରେ ଦେଖିବାକୁ ମିଳିଥିଲା। ତେବେ ଖୁସି ମିଜାଜର ଦୀପିକାଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ। ସେ ହୋଟେଲରୁ ସାମ୍ପୁ ଚୋରି କରୁଥିବା ତାଙ୍କର ଜଣେ ବନ୍ଧୁ ଖୁଲାସା କରିଛନ୍ତି। ତାଙ୍କର ଜଣେ ନିକଟ ବନ୍ଧୁ ସ୍ନେହା ରାମଚନ୍ଦ୍ରର ବନ୍ଧୁତ୍ୱ ଦିବସ ଉପଲକ୍ଷେ ଦୀପିକାଙ୍କ ପାଇଁ ଲେଖିଥିବା ଚିଠିରେ ସେ କହିଛନ୍ତି, ଦୀପିକାଙ୍କ ଭଳି ବନ୍ଧୁ ଭାଗ୍ୟରେ ଥିଲେ ମିଳେ। ସେ ବହୁତ୍ ଦୟାଳୁ। ସାଙ୍ଗ ପାଇଁ ସେ କିଛି ବି କରିପାରନ୍ତି। ଏପରିକି ହୋଟେଲରୁ ମନପସନ୍ଦର ସାମ୍ପୁ ବି ନେଇଆସିପାରନ୍ତି ବୋଲି ସ୍ନେହା କହିଛନ୍ତି। ଦୀପିକା ଆଗାମୀ ଚଳଚ୍ଚିତ୍ର କେଜିଏଫ୍ ଚାପ୍ଟର-୨ରେ ନଜର ଆସିବେ।