ଶୀତବସ୍ତ୍ର ପାଇଁ ଦୀପିକାଙ୍କୁ ଟ୍ରୋଲ୍‌

ମୁମ୍ବାଇ: ବଲିଉଡ୍‌ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ୍‌ ତାଙ୍କ ଦମ୍‌ଦାର ଅଭିନୟ ଏବଂ ଡ୍ରେସିଂ ସେନ୍ସକୁ ନେଇ ବେଶ୍‌ ପରିଚିତ। ତାଙ୍କର ଭିନ୍ନ ଢଙ୍ଗର ପୋଷାକ ପାଇଁ ସେ ଅନେକ ଥର ଲୋକଲୋଚନକୁ ଆସିଥା’ନ୍ତି, ଯାହା ଲୋକଙ୍କ ବେଶ ପସନ୍ଦକୁ ଆସିଥାଏ। ହେଲେ ନିକଟରେ ତାଙ୍କ ପୋଷାକକୁ ନେଇ ଟ୍ରୋଲ ହେବାକୁ ପଡ଼ିଛି। ସେ ମୁମ୍ବାଇରେ ଉଦୁଉଦିଆ ଖରା ବେଳ ଓ ଅସହ୍ୟ ଗରମରେ ଶୀତ ପୋଷାକ ପିନ୍ଧିଥିବା ନଜରକୁ ଆସିଛନ୍ତି, ଯେଉଁଥିପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି। ଦୀପିକା ନିକଟରେ ମୁମ୍ବାଇ ବିମାନବନ୍ଦରରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସମୟରେ ରୌଦ୍ରତାପ ବଢ଼ୁଥିବାରୁ ଅସହ୍ୟ ଗରମ ହେଉଛି। ହେଲେ ଏପରି ଅବସ୍ଥାରେ ଦୀପିକାଙ୍କୁ ସ୍ବେଟର ଜ୍ୟାକେଟ ପିନ୍ଧିଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତାଙ୍କର ଏପରି ପୋଷାକ ଋତୁ ଅନୁଯାୟୀ ହୋଇ ନ ଥିବାରୁ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି। ତେବେ ଦୀପିକାଙ୍କୁ ଶେଷ ଥର ପାଇଁ ଶାହରୁଖ୍‌ ଖାନ୍‌ଙ୍କ ସହ ‘ପଠାନ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ସେହି ଫିଲ୍ମ ଦେଶ ବିଦେଶରେ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଆଗକୁ ଦୀପିକା ୩ଟି ଫିଲ୍ମ ‘ଯୱାନ’, ‘ପ୍ରୋଜେକ୍ଟ କେ’, ‘ଫାଇଟର’ରେ ବ୍ୟସ୍ତ ଅଛନ୍ତି।

Share