ପୁଣି ଟ୍ରୋଲ ହେଲେ ଦୀପିକା

ଶକୁନ ବାତ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଗେହରାୟାଁ’ ରିଲିଜ ହେବା ଦିନଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଲୋକ ଏହି ଫିଲ୍ମର ପ୍ରଶଂସା କରିଥିବାବେଳେ କିଛି ଲୋକ ଏହାକୁ ନାପସନ୍ଦ କରିଛନ୍ତି। ଏହି ସମୟରେ ଦୀପିକା ପାଦୁକୋନ ଏହି ଫିଲ୍ମ ପାଇଁ ଏକ ସକ୍ସେସ ପାର୍ଟିର ଆୟୋଜନ କରିଥିଲେ । ଯାହାର ଫଟୋ ଭାଇରାଲ ହେବା ପରେ ଲୋକମାନେ ଦୀପିକାଙ୍କୁ ଟ୍ରୋଲ କରିବା ଆରମ୍ଭ କରଛନ୍ତି।
ଅନେକ ସୋସିଆଲ ମିଡିଆ ୟୁଜର୍ସ ଏହି ଫିଲ୍ମକୁ ଅଦରକାରୀ ବୋଲି କହିଥିବାବେଳେ ଏଥିରେ ଥିବା ଅନେକ ମେମ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛିି। ଏ ନେଇ ଜଣେ ୟୁଜର୍ସ କହିଛନ୍ତି, ଫ୍ଲପ ଫିଲ୍ମରେ ମଧ୍ୟ ଏକ ସକ୍ସେସ ପାର୍ଟି ଅଛି କି? ଅନ୍ୟ ଜଣେ ଉପଭୋକ୍ତା ‘କେଉଁ ପ୍ରକାର ସଫଳତା’ ଲେଖିଛନ୍ତି ।

Share