ରଣବୀରଙ୍କ ସହ ଛୁଟି କାଟିବାକୁ ବାହାରିଲେ ଦୀପିକା

ମୁମ୍ବାଇ: ସ୍ବାମୀ ରଣବୀର ସିଂଙ୍କ ସହ ଦୀପିକା ପାଦୁକୋନ ଅଲିବାଗ ପରେ ଆଉ ଏକ ସ୍ଥାନକୁ ଛୁଟି ମନାଇବାକୁ ବାହାରିଛନ୍ତି। ଉଭୟେ ବ୍ଲାକ୍‌ ଡ୍ରେସ୍‌ରେ ଖୁବ୍‌ ସୁନ୍ଦର ଦିଶୁଛନ୍ତି। ରଣବୀର ଧଳା ରଙ୍ଗର ଏକ ଟି-ଶର୍ଟ ପିନ୍ଧିଥିବା ବେଳେ କଳା ରଙ୍ଗର ଏକ ଟ୍ରାଉଜର ପିନ୍ଧିଛନ୍ତି। ଦୀପିକା କଳା ରଙ୍ଗର ଏକ ଡ୍ରେସ୍‌ ସହିତ ଓଭରକୋଟ୍‌ ପିନ୍ଧିଛନ୍ତି।

ଉଭୟଙ୍କୁ ଏହି ଡ୍ରେସ୍‌-ଅପ୍‌ରେ ଦେଖି ପ୍ରଶଂସକମାନେ ପସନ୍ଦ କରିଛନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ସୋମବାର ଉଭୟଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଛି। ଦୁହେଁ ଦୁହିଁଙ୍କ ହାତ ଧରିଛନ୍ତି। ଏହି କପଲଙ୍କୁ ଦେଖି ପ୍ରଶଂସକମାନେ ଖୁସି ହୋଇଛନ୍ତି।

Share