ବ୍ରହ୍ମାସ୍ତ୍ର ପାର୍ଟ-୨ରେ ନଜର ଆସିବେ ଦୀପିକା!

ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦର୍ଶକ ଦେଖିବା ପାଇଁ ଅପେକ୍ଷା କରିଥିଲେ। ତେବେ ଫିଲ୍ମଟି ରିଲିଜ୍‌ ହେବାର ୧୦ ଦିନ ହୋଇଯାଇଥିଲେ ମଧ୍ୟ ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ଏବେ ବି ସିନେମା ହଲ୍‌ରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳୁଛି। ଫିଲ୍ମଟି ବକ୍ସ ଅଫିସରେ ପ୍ରାୟ ୩୦୦ କୋଟିରୁ ଅଧିକ ରୋଜଗାର କରି ସୁପରହିଟ୍‌ ହୋଇଛି। ଏହାରି ଭିତରେ ‘ବ୍ରହ୍ମାସ୍ତ୍ର’ ପାର୍ଟ-୨କୁ ନେଇ ଖବର ସାମ୍ନାକୁ ଆସିଥିଲା ଯେ, ପାର୍ଟ-୨ରେ ଦେବ ଭୂମିକାରେ ରଣବୀର କିମ୍ବା ହ୍ରିତିକ୍‌ ନଜର ଆସିପାରନ୍ତି। ନିକଟରେ ଏକ ସାକ୍ଷାତକାରରେ ଆଲିଆ ଏବଂ ରଣବୀରଙ୍କୁ ‘ବ୍ରହ୍ମାସ୍ତ୍ର’ ପାର୍ଟ-୨ରେ କିଏ ମୁଖ୍ୟ ଚରିତ୍ରରେ ଅଭିନୟ କରିବା ନେଇ ପଚରାଯାଇଥିଲା। ଯାହାର ଉତ୍ତରରେ ଆଲିଆ କହିଛନ୍ତି, ପାର୍ଟ-୨ରେ ଦେବ ଏବଂ ଅମୃତା କିଏ ହେବେ ବୋଲି କଳ୍ପନାଜଳ୍ପନା ଲାଗି ରହିଛି। ଯାହାକୁ ନେଇ କୌଣସି ସୂଚନା ମିଳିିନାହିଁ। ହେଲେ ଅମୃତା ଭାବରେ ସେ ଦୀପିକାଙ୍କୁ ଦେଖିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ଏହାଛଡା ହ୍ରିତିକ୍‌ଙ୍କୁ ଦେବ ଭୂମିକାରେ ଏବଂ ଦୀପିକାଙ୍କୁ ଅମୃତା ଭୂମିକାରେ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Share