ପ୍ରସାଧନ ସାମଗ୍ରୀ ବିକିବେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଚଳଚ୍ଚିତ୍ର ଜଗତରେ ସଫଳତା ହାସଲ ପରେ ପ୍ରସାଧନ ସାମଗ୍ରୀ ବ୍ୟବସାୟକୁ ଓହ୍ଲାଇଛନ୍ତି। ସେ ଗୁରୁବାର ଏଇଟି ଇଷ୍ଟ୍‌ ନାମରେ ନିଜ ସେଲ୍ଫ କେୟାର ବ୍ରାଣ୍ଡ୍‌ ସମ୍ପର୍କରେ ସୋସିଆଲ ମିଡିଆ ପ୍ଲଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଇଛନ୍ତି। ଆସନ୍ତା ସପ୍ତାହରେ ଦୀପିକା ଏହି ସ୍କିନ୍‌ କେୟାର ସାମଗ୍ରୀ ବ୍ୟବସାୟ ଆରମ୍ଭ କରିବେ। ଭାରତୀୟ ଉପାଦନଗୁଡ଼ିକୁ ନେଇ ପ୍ରସ୍ତୁତ ଏହି ସାମଗ୍ରୀର ପ୍ରମୋ ଭାଇରାଲ ହେବାରେ ଲାଗିଛି। ବିଶ୍ୱର ଯେଉଁ ସ୍ଥାନରେ ଥିଲେ ମଧ୍ୟ ସେ ସେଲ୍ଫ କେୟାରକୁ ଗୁରୁତ୍ୱ ଦେଇଥାନ୍ତି। ଏହି କ୍ଷେତ୍ରରେ ଗତ ୨ ବର୍ଷ ହେଲା ସେ କାର୍ଯ୍ୟ କରୁଥିଲେ ବୋଲି ଦୀପିକା କହିଛନ୍ତି।

Share