ଫିଫା ଟ୍ରଫି ଉନ୍ମୋଚନ କରିବେ ଦୀପିକା

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ୧୫ ବର୍ଷ ମଧ୍ୟରେ ଅନେକ ବ୍ଲକବଷ୍ଟର ମୁଭି ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଚଳିତବର୍ଷ ଅଭିନେତ୍ରୀ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ସଦସ୍ୟ ଭାବେ ଭାରତର ପ୍ରତିନିଧିତ୍ୱ କରୁଥିଲେ। ଏସବୁ ନେଇ ଲାଇମଲାଇଟ୍‌ରେ ଥିବା ଦୀପିକାଙ୍କୁ ଏବେ ଆଉ ଏକ ବଡ଼ ଦାୟିତ୍ୱ ମିଳିଛି। କାତାରରେ ଚାଲିଥିବା ଫିଫା ବିଶ୍ୱକପ୍‌ରେ ଟ୍ରଫି ଉନ୍ମୋଚନ ପାଇଁ ଦୀପିକାଙ୍କୁ ମନୋନୀତ କରାଯାଇଛି। ଆସନ୍ତା ୧୮ରେ ଫିଫାର ଫାଇନାଲ ଆଇକନିକ୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ।