ଫଟୋ ଶେୟାର କରି ରଣବୀରଙ୍କ ପାଇଁ ଏମିତି ଲେଖିଲେ ଦୀପିକା

ମୁମ୍ବାଇ: ଫିଲ୍ମ ‘ପଠାନ’ ପାଇଁ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଅଭିନେତ୍ରୀଙ୍କ ଫିଲ୍ମ ଗୀତକୁ ନେଇ ସୋସିଆଲ ମିଡିଆରେ ବିବାଦ ଜାରି ରହିଛି। ଏହି ସମୟରେ ଦୀପିକା ତାଙ୍କର ୩୭ତମ ଜନ୍ମଦିନ ପାଳନ କରିସାରିଛନ୍ତି। ଯେଉଁଥିରେ ପ୍ରଶଂସକଙ୍କ ପାଇଁ ଏକ ସ୍ବତନ୍ତ୍ର ପୋଷ୍ଟ ମଧ୍ୟ ଶେୟାର କରିଥିଲେ। ଏଥିସହିତ ଦୀପିକା ସ୍ବାମୀ ରଣବୀର ସିଂଙ୍କ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ପ୍ରଶଂସକମାନଙ୍କୁ ଜନ୍ମଦିନ ଏବଂ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି।

ଫଟୋ ଶେୟାର କରି ଦୀପିକା ଲେଖିଛନ୍ତି, ‘ଗତ ବର୍ଷର ଅବସ୍ଥା କିପରି ଥିଲା ତାହାର ଏକ ଝଲକ, ଅନ୍ତତଃପକ୍ଷେ ଅଧିକାଂଶ ଦିନ ଏହିପରି ହୋଇଆସୁଛି। ତା’ଠାରୁ ଅଧିକ, ମୁଁ ନୂଆ ବର୍ଷରେ ଆଉ କ’ଣ କରିବାକୁ ଚାହୁଁଛି? ନୂଆ ବର୍ଷକୁ ଅଭିନନ୍ଦନ ଜଣାଇ ଲେଖିଛନ୍ତି, ‘ଆମ ସମସ୍ତଙ୍କର ଉନ୍ନତି ହେଉ, ଏହି ନୂତନ ବର୍ଷରେ କୃତଜ୍ଞତା ସହ ବଞ୍ଚିବା … ନୂତନ ବର୍ଷର ଶୁଭେଚ୍ଛା।

ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇବାକୁ ଯାଇ ଦୀପିକା ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ। କେବଳ ଏତିକି ନୁହେଁ, ଭିଡିଓ ପାଇଁ ସେ ସ୍ବାମୀ ରଣବୀରଙ୍କୁ ଶ୍ରେୟ ଦେଇ ତାଙ୍କୁ ଟ୍ୟାଗ୍‌ କରିଛନ୍ତି।

ଦୀପିକା-ରଣବୀର ଏହି ସପ୍ତାହ ଆରମ୍ଭରେ ଏକ ବୋଟ୍‌ରେ ଆଲିବାଗରୁ ଫେରିଥିବା ବେଳେ କିଛି ଘଣ୍ଟା ପୂର୍ବରୁ ଉଭୟଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଲୋକେ ଏହି କପଲଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି।

Share