ମୁମ୍ବାଇ: ବଲିଉଡ୍ ବାଦଶାହା ଶାହାରୁଖ ଖାଁଙ୍କ ହିରୋଇନ୍ ଦୀପିକା ପାଦୁକୋନ ଫିଲ୍ମ ‘ଓମ ଶାନ୍ତି ଓମ’ରୁ ବଲିଉଡ ଡେବ୍ୟୁ କରିଥିଲେ । ୯ ନଭେମ୍ବର ୨୦୦୭ରେ ଏହି ଫିଲ୍ମ ଲଞ୍ଚ ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଜୁନ ରାମପାଲ, ଶ୍ରେୟସ ତଲପଡେ ଓ କିରଣ ଖେର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏବେ ଦୀପିକାଙ୍କ ବଲିଉଡ୍ ଏଣ୍ଟ୍ରିକୁ ୧୪ ବର୍ଷ ପୂରଣ ହୋଇଛି । ଏହାକୁ ନେଇ ତାଙ୍କ ପ୍ରଶଂସକମାନେ ଭିନ୍ନ ଅନ୍ଦାଜରେ ଦୀପିକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦୀପିକାଙ୍କ ଡେବ୍ୟୁ ଫିଲ୍ମ ସୁପର ଡୁପର ହିଟ୍ ହୋଇଥିବା ବେଳେ ଫରହା ଖାଁ ଦୀପିକାଙ୍କୁ ଏମିତି ଲଞ୍ଚ କରିଥିଲେ ଯେ ସେ ବଲିଉଡର ଶାନ ଓ ଜାନ ପାଲଟି ଯାଇଛନ୍ତି । ଯାହାର ପ୍ରମାଣ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଅଭିନେତ୍ରୀଙ୍କ ପ୍ରଶଂସକ ଏବେ ଟୁଇଟରରେ #14 Years Of Deepika Padukone ରେ ଟୁଇଟ୍ କରୁଛନ୍ତି । ଏହାସହ #DeepikaPadukone ଟ୍ରେଣ୍ଡ ବି କରୁଛି । ତାଙ୍କର ଜଣେ ପ୍ରଶଂସକ ଲେଖିଛନ୍ତି ୧୪ ବର୍ଷରେ ୨୩ ବଲିଉଡ ଫିଲ୍ମ, ୨୫ ମନଲୋଭ କ୍ୟାରେକ୍ଟର, ୨୦୧୪ରୁ ଜଣେ ଅଭିନେତ୍ରୀ ହାଇଏଷ୍ଟ ପେଡ ଫିମେଲ, ମୋଷ୍ଟ ଭାଲ୍ୟୁଡ ଫିମେଲ ଆକ୍ଟ୍ରେସ୍, ବହୁତ ପୁରସ୍କାର ତଥା ଆଚିଭମେଣ୍ଟ, ୱାନ ଓମେନ: ଦୀପିକା ପାଦୁକୋନ । ଏମିତି ଭାବେ ସୋସିଆଲ ମିଡିଆରେ ଦୀପିକାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦୀର୍ଘ ୧୪ ବର୍ଷର ଲମ୍ବା ରାସ୍ତାରେ ଦୀପିକା ଦର୍ଶକଙ୍କ ମନୋରଞ୍ଜନ କରିବା ସହ ନିଜେ ବି ଖୁବ୍ ସଫଳତା ଅର୍ଜନ କରିଛନ୍ତି । ଏବେ ସେ ବଲିଉଡର ଜଣେ ଆଗଧାଡିର ନାୟିକା ହୋଇଥିବା ବେଳେ ହଲଉଡରେ ବି ପାଦ ରଖି ସାରିଲେଣି ।