ଭାଇରାଲ ହେଉଛି ଦୀପିକାଙ୍କ ଜନ୍ମଦିନର ଫଟୋ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ଗତ ୫ ତାରିଖରେ ତାଙ୍କର ୩୮ ତମ ଜନ୍ମଦିନ ପାଳନ କରିଛନ୍ତି। ତେବେ ରବିବାର ସେ ତାଙ୍କର ସେଲିବ୍ରେଶନ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଦୀପିକା ତାଙ୍କର ଏହି ଖାସ୍‌ ଦିନକୁ ସେ ତାଙ୍କ ସ୍ବାମୀ ରଣବୀର ସିଂଙ୍କ ସହ ପାଳନ କରିଥିଲେ।

ଏହି ଦମ୍ପତିଙ୍କ ଯେଉଁ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ସେଥିରେ ଦୁହେଁ ଏକାଠି ରାତ୍ରିଭୋଜନ କରୁଥିବା ନଜର ଆସିଛନ୍ତି। ବର୍ତ୍ତମାନ ତାଙ୍କ ଜନ୍ମଦିନର ଦୁଇ ଦିନ ପରେ ଅଭିନେତ୍ରୀ ଇନ୍‌ଷ୍ଟାଗ୍ରାମରେ ଏହି ସୁନ୍ଦର ମୁହୂର୍ତ୍ତର ଫଟୋଗୁଡ଼ିକ ଶେୟାର କରିଛନ୍ତି।

ଫଟୋରେ ଏକ ଚକୋଲେଟ କେକ୍‌ ଥିବା ଦେଖିବାକୁ ମିଳିଛି। ଯେଉଁଥିରେ ହାପି ବାର୍ଥ ଡେ’ ବେବି ବହୁତ ସୁନ୍ଦର ଭାବରେ ଲେଖାଯାଇଛି। କେବଳ ଏତିକି ନୁହେଁ, କେକ୍‌ ଉପରେ ଡିପି ନାମକ ମହମବତୀ ମଧ୍ୟ ଦେଖିବାକୁ ମିଳିଛି। ଅନୁମାନ କରାଯାଉଛି ଯେ, ଦୀପିକାଙ୍କ ପାଇଁ ଏହି କେକ୍‌ ରଣବୀର ସରପ୍ରାଇଜ୍‌ ଭାବେ ରଖିଛନ୍ତି।

Share