ବିଦେଶରେ ବଢୁଛି ଦୀପିକାଙ୍କ କ୍ରେଜ୍‌

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କ୍ରେଜ୍‌ ଏବେ ବିଦେଶରେ ବଢୁଛି। ସେ ଗୋଟିଏ ପରେ ଗୋଟିଏ ନୂଆ ଉପଲବ୍ଧି ହାସଲ କରୁଛନ୍ତି। ନିକଟରେ ଦୀପିକାଙ୍କୁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜଜ୍‌ ହେବାର ସୁଯୋଗ ମିଳିଥିଲା। ଏବେ ସେ ଏକ ବିଦେଶୀ ଲୋକପ୍ରିୟ ବ୍ୟାଗ୍‌ ବ୍ରାଣ୍ଡର ଆମ୍ବାସାଡାର ହୋଇଛନ୍ତି। ପୂର୍ବରୁ କୌଣସି ଭାରତୀୟ ଏହି ଉପଲବ୍ଧି ହାସଲ କରିନାହାନ୍ତି।
୩୬ ବର୍ଷୀୟା ଦୀପିକା ବିଳାସପୂର୍ଣ୍ଣ ବ୍ରାଣ୍ଡ ଲୁଇସ୍‌ ଭ୍ୟୁଟନର ପ୍ରଥମ ଭାରତୀୟ ବ୍ରାଣ୍ଡ ଆମ୍ବାସାଡର ହୋଇଛନ୍ତି। ଦୀପିକା ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସ୍‌ରେ କମ୍ପାନୀ ପ୍ରେସ ବିଜ୍ଞପ୍ତିର ଏକ ସ୍କ୍ରିନଶଟ୍‌ ଶେୟାର କରିଛନ୍ତି। ଏଥିରେ ଏକ ଧଳା ଟି-ସାର୍ଟ ପୋଷାକରେ ଲୁଇସ୍‌ ଭ୍ୟୁଟନ ବ୍ୟାଗ ସହିତ ସୁନ୍ଦର ଭାବରେ ପୋଜ ଦେଇଛନ୍ତି। ଦୀପିକା ପାଦୁକୋନ ପୂର୍ବରୁ ଫ୍ରେଞ୍ଚ ବ୍ରାଣ୍ଡ ସହିତ କାମ କରିଛନ୍ତି।

Share