ଆଜି ରିଲିଜ୍‌ ହେବ ଦୀପିକାଙ୍କ ଫିଲ୍ମ ‘ଗେହରାୟିଆଁ’

ମୁମ୍ବାଇ: ଅପେକ୍ଷାର ଘଟିଲା ଅନ୍ତ। ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଗେହରାଇୟାଁ’ ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବାକୁ ଦର୍ଶକ ଆଗ୍ରହର ସହ ଅପେକ୍ଷା କରି ରହିଥିଲେ। ତେବେ ଆଜି ରାତି ୧୨ଟାରେ ଫିଲ୍ମଟି ଓଟିଟି ପ୍ଲାର୍ଟଫର୍ମରେ ଷ୍ଟ୍ରିମିଂ କରିବ ବୋଲି ଆଶା କରାଯାଉଛି। ଏହି ଫିଲ୍ମଟିକୁ ଶକୁନ ବତ୍ରା ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ଟ୍ରେଲର ପୂର୍ବରୁ ରିଲିଜ କରାଯାଇଥିଲା। ଯାହାକୁ ଦର୍ଶକମାନେ ବେଶ୍‌ ପସନ୍ଦ କରିଥିଲେ। ଫିଲ୍ମରେ ଦୀପିକାଙ୍କ ବ୍ୟତୀତ ଅନନ୍ୟା ପାଣ୍ଡେ, ଧୋର୍ଯା କରଭା ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି।

Share