ରେକର୍ଡ ଭାଙ୍ଗିଲା ଦୀପିକାଙ୍କ ଇନଷ୍ଟାଗ୍ରାମ ରିଲ

ମୁମ୍ବାଇ: ବଲିଉଡର ଲେଡି ଷ୍ଟାର ଦୀପିକା ପାଦୁକୋନଙ୍କ ଉପରେ ସାରା ବିଶ୍ୱ ଫିଦା। ଅଭିନେତ୍ରୀ ଯାହା କୁହନ୍ତି, ଲୋକମାନେ ଏହାକୁ ଶୁଣିବାକୁ ପସନ୍ଦ କରନ୍ତି। ଇନଷ୍ଟାଗ୍ରାମରେ ଦୀପିକାଙ୍କର ମଧ୍ୟ ବହୁତ ପ୍ରଶଂସକ ଅଛନ୍ତି। ସମ୍ପ୍ରତି ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କ ସହ ଏକ ଭିଡିଓ ଶେୟାର କରିଛନ୍ତି, ଯାହା ୟୁଜର୍ସଙ୍କୁ ବହୁତ ପସନ୍ଦ ଆସିଥିଲା।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଅଭିନେତ୍ରୀ ଏକ ମଜାଦାର ଭିଡିଓ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ, ଯେଉଁଥିରେ ସେ ଭାଇରାଲ ଟ୍ରେଣ୍ଡରେ ‘ଜଷ୍ଟ ଲୁକିଂ ଲାଇକ ଏ ଓ୍ବା ..’। ଦୀପିକାଙ୍କ ପ୍ରଶଂସକ ଏବଂ ସେଲିବ୍ରିଟିମାନେ ଏହି ରିଲ ଉପରେ ମଜାଳିଆ କମେଣ୍ଟସ୍‌ ଦେଇଥିଲେ। ଦର୍ଶକେ ଏହି ଭିଡିଓକୁ ଏତେ ପସନ୍ଦ କରିଥିଲେ ଯେ ବର୍ତ୍ତମାନ ଏହି ଭିଡିଓ ଇନଷ୍ଟାଗ୍ରାମରେ ସର୍ବାଧିକ ଦେଖାଯାଇଥିବା ଭିଡିଓରେ ପରିଣତ ହୋଇଛି।
ପିଙ୍କଭିଲ୍ଲାଙ୍କ ରିପୋର୍ଟ ଅନୁଯାୟୀ, ଦୀପିକା ପାଦୁକୋନଙ୍କ ଏହି ଭିଡିଓକୁ ୧୮୫ମିଲିୟନ ଭ୍ୟୁ ମିଳିଛି, ଯାହା ନିଶ୍ଚତ ଭାବେ ଏକ ବଡ଼ କଥା। ଏହା ସହିତ ଦୀପିକାଙ୍କ ଏହି ଭିଡିଓ ବର୍ତ୍ତମାନ ଇନଷ୍ଟାଗ୍ରାମରେ ସର୍ବାଧିକ ଦେଖାଯାଇଥିବା ଭିଡିଓରେ ପରିଣତ ହୋଇଛି।
ସୂଚନାଯୋଗ୍ୟ, ଦୀପିକା ତାଙ୍କ ଟ୍ରୋଲରଙ୍କୁ ଉପଯୁକ୍ତ ଉତ୍ତର ଦେବା ପାଇଁ ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି । କଥାହେଲା, ନିକଟରେ ଦୀପିକାଙ୍କୁ ‘କଫି ଓ୍ବିଥ କରନ ୮’ ରେ ଦେଖିବାକୁ ମିଳିଥିଲା। ଏହି ସମୟରେ ଦୀପିକା ରଣବୀରଙ୍କ ସହ ତାଙ୍କ ଖୋଲା ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କଥା ହୋଇଥିଲେ। ସେ କହିଥିଲେ ଯେ ପ୍ରଥମେ ସେ ରଣବୀର ସିଂଙ୍କ ପ୍ରତି ସିରିୟସ ନ ଥିଲେ। ମୁଁ ସେତେବେଳେ ଏକ ଖରାପ ସମ୍ପର୍କରୁ ବାହାରି ଆସିଥିଲି। ସେହି ସମୟରେ ମୁଁ କେବଳ ମଜା କରିବା ଭଳି ଅନୁଭବ କଲି। ଏହି କାରଣରୁ ଅଭିନେତ୍ରୀକୁ ଖରାପ ଟ୍ରୋଲ କରାଯଇଥିଲା।

Share