ଫିଲ୍ମ ‘ଗେହେରାଇୟାଁ’କୁ ଦେଖି ଏମିତି କହିଲେ ଦୀପିକାଙ୍କ ମା’-ବାପା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ବର୍ତ୍ତମାନ ତାଙ୍କ ଫିଲ୍ମ ‘ଗେହେରାଇୟାଁ’କୁ ନେଇ ଚର୍ଚ୍ଚାରେ। ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ଫିଲ୍ମଟି ଫେବୃୟାରୀ ୧୧ରେ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମରେ ତାଙ୍କ ଚରିତ୍ର ପାଇଁ ଅଭିନେତ୍ରୀ ବିଭିନ୍ନ ସ୍ଥାନରୁ ପ୍ରଶଂସା ଅର୍ଜନ କରୁଛନ୍ତି । ଦୀପିକା ଫିଲ୍ମରେ ଆଲିଶା ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମକୁ ଶକୁନ ବାତ୍ରା ନିର୍ଦ୍ଦେଶନା ଦେଇଛନ୍ତି। ତେବେ ଦୀପିକାଙ୍କର ଏହି ନୂଆ ଫିଲ୍ମକୁ ଦେଖିବା ପରେ ତାଙ୍କ ମା’-ବାପା କିପରି ପ୍ରତିକ୍ରିୟା ଦେଇଛନ୍ତି ସେନେଇ ଦୀପିକା ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୋର ଏହି ଫିଲ୍ମକୁ ଦେଖିବା ପରେ ମୋ ମା’-ବାପା ଗର୍ବିତ ଅନୁଭବ କରିଛନ୍ତି। ସେମାନେ ମୋର ପ୍ରଦର୍ଶନ ପାଇଁ ଅତ୍ୟଧିକ ପ୍ରଶଂସନୀୟ ଏବଂ ଗର୍ବିତ ବୋଲି ଦୀପିକା କହିଛନ୍ତି। ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆମେ ଫିଲ୍ମରେ ମାନସିକ ସ୍ବାସ୍ଥ୍ୟକୁ କିପରି ଚିତ୍ରଣ କରିଥିଲୁ ଏବଂ ଆମେ ଏହାକୁ କିପରି ମୁକାବିଲା କରିଥିଲୁ ସେଥିପାଇଁ ସେମାନେ ମଧ୍ୟ ଗର୍ବିତ ଥିଲେ। ତେଣୁ ମୁଁ ଖୁସି ଯେ ସେମାନେ ଗର୍ବିତ।’

 

Share