ଧଳତଙ୍ଗଗଡ଼ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ହରିଣ ଅସୁରକ୍ଷିତ

ଜଗତ୍‌ସିଂହପୁର,୧୪ା୬(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ସଦର ମହକୁମାରୁ ମାତ୍ର ୧୫ କିଲୋମିଟର ଦୂର ଧଳତଙ୍ଗଗଡ଼ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ (ପିଆର୍‌ଏଫ୍‌)ହରିଣଙ୍କ ପାଇଁ ପ୍ରସିଦ୍ଧି ଲାଭ କରିଛି। ଏହି ଜଙ୍ଗଲରେ ପାଖାପାଖି ୩୦୦ ହରିଣ (ସ୍ପଟେଡ୍‌ ଡିୟର) ରହୁଥିବା କୁହାଯାଏ। ଯାହାକି କେବଳ ଜଗତ୍‌ସିଂହପୁର ନୁହେଁ, ସାରା ରାଜ୍ୟ ପାଇଁ ଗର୍ବର କଥା। ଏହି ହରିଣଙ୍କ ଯୋଗୁ ପ୍ରତିବର୍ଷ ଶୀତଦିନେ ଧଳତଙ୍ଗଗଡ଼କୁ ସହସ୍ରାଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ। କିନ୍ତୁ ଦୁଃଖର କଥା ହେଲା, ଏହି ହରିଣଙ୍କ ପ୍ରତି ବିପଦ ବଢ଼ିବାରେ ଲାଗିଛି।
ସୂଚନା ଅନୁଯାୟୀ, ଧଳତଙ୍ଗଗଡ଼ ପିଆର୍‌ଏଫ୍‌ରେ ୨୦୧୫ରୁ ୨୦୨୩ ଜୁଲାଇ ମଧ୍ୟରେ ୨୬ଟି ହରିଣଙ୍କ ମୃତ୍ୟୁ ହୋଇଥିଲା। ତା’ପରେ ଆଉ ୨/୩ଟି ମୃତ୍ୟୁ ହୋଇଥିବା କୁହାଯାଉଛି। ବାସ୍ତବ କ୍ଷେତ୍ରରେ କିନ୍ତୁ ଏହି ସଂଖ୍ୟା ଯଥେଷ୍ଟ ଅଧିକ ହେବ ବୋଲି ଆଲୋଚନା ଚାଲିଛି। ୨୦୧୫ରେ ୨, ୨୦୧୭ରେ ୧, ୨୦୧୮ରେ ୨, ୨୦୧୯ରେ ୮, ୨୦୨୦ରେ ୧, ୨୦୨୧ରେ ୮, ୨୦୨୨ରେ ୨ ଓ ୨୦୨୩ ଏପ୍ରିଲ ସୁଦ୍ଧା ୨ଟି ହରିଣର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୨୮ା୧୨ା୧୭ରେ ମୃତ ହରିଣକୁ ନେଇ ସେତେବେଳେ ଆଲୋଚନା ଜୋର ଧରିଥିଲା। କାରଣ ଏହି ହରିଣକୁ ହଂସୁଆ ନଦୀ ପାଖ ଏରଡ଼ଙ୍ଗ ପଞ୍ଚାୟତ ବାଙ୍କିଆବାଟିଠାରେ ମାରି ଦିଆଯାଇଥିଲା। ବନ ବିଭାଗ ଘଟଣାସ୍ଥଳରୁ କିଛି ସାମଗ୍ରୀ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା। ଏହାପରେ କିନ୍ତୁ କେହି ହରିଣ ମାରି ନ ଥିବା ସରକାରୀ ଭାବେ ଦର୍ଶାଯାଉଥିଲେ ସୁଦ୍ଧା ଏହା ଉପରେ ଅନୁଧ୍ୟାନ କଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ଅନ୍ୟପଟେ ୨୦୧୯ରୁ ୨୦୨୩ ଏପ୍ରିଲ ସୁଦ୍ଧା ଟ୍ରେନ୍‌ ଦୁର୍ଘଟଣାରେ ୧୦ରୁ ଅଧିକ ହରିଣଙ୍କ ମୃତ୍ୟୁ ହୋଇଛି। ଚିକିତ୍ସା ଅଭାବ ଓ କୁକୁର କାମୁଡା କାରଣରୁ ମଧ୍ୟ ଅନେକଙ୍କ ମୃତ୍ୟୁ ଘଟିଛି। ବନ ବିଭାଗର ଆନ୍ତରିକତା ଅଭାବରୁ ହରିଣଙ୍କ ଜୀବନ ବିପଦଗାମୀ ହେଉଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ଅରଣ୍ୟ ଅଭିଯାନ କାର୍ଯ୍ୟନିର୍ବାହୀ ସନ୍ତୋଷ କୁମାର ପ୍ରଧାନ, ପରିବେଶବିତ୍‌ ଚୈତନ୍ୟ ଚରଣ ଦାଶ, ମୁରଲୀଧର ସ୍ବାଇଁ ପ୍ରମୁଖ କହିଛନ୍ତି, ଜୁଲାଇ ୧ରୁ ୭ ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଛି। କିନ୍ତୁ ଏହା କେବଳ ଔପଚାରିକତା ପାଇଁ କରାଯାଉଥିବା ଅନୁଭବ ହେଉଛି। ଧଳତଙ୍ଗଗଡ଼ରେ ବହୁ ସଂଖ୍ୟକ କଣ୍ଟା ବାଉଁଶ ଗଛ ରହିଛି। ସେଥିମଧ୍ୟରୁ ଅନେକ ବୁଦା ମରି ସେଥିରେ ଲତା ମାଡ଼ିଗଲାଣି। ଏଗୁଡିକୁ ଉଠାଯାଇ ଫଳନ୍ତି ଗଛ ଲଗାଇବା ଆବଶ୍ୟକ। କାରଣ ଧଳତଙ୍ଗଗଡ଼ରୁ ଆମ୍ବ, ପଣସ, କୋଚିଳା, କରଞ୍ଜ ଆଦି ଫଳନ୍ତି ଗଛ ସଂଖ୍ୟା କମିକମି ଚାଲିଛି। ପୋଲିସ ବ୍ୟବହାର କରୁଥିବା ଲାଠି ବେତରୁ ତିଆରି ହେଉଛି। ଏହି ପ୍ରକାର ବେତ ସଂଖ୍ୟା ଧଳତଙ୍ଗଗଡ଼ରେ ପ୍ରଚୁର ଥିଲା। କିନ୍ତୁ ଏହାକୁ କାଟି କିଛି ଅସାଧୁ ଲୋକ ବିକ୍ରି କରି ଭଲ ଅର୍ଥ ରୋଜଗାର କରୁଛନ୍ତି। ଜାତୀୟ ରାଜପଥ ଓ ଅନ୍ୟ ରାସ୍ତା ସମ୍ପ୍ରସାରଣ ପାଇଁ ବହୁ ପୁରାତନ ଗଛ କାଟି ଦିଆଯାଇଛି। ଧଳତଙ୍ଗଗଡ଼ ଜଙ୍ଗଲରୁ ମଧ୍ୟ ମୂଲ୍ୟବାନ ଗଛ ଚୋରି ହେଉଛି। ଯେଉଁ କାରଣରୁ ବନ୍ୟପ୍ରାଣୀ, ପକ୍ଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ବିଶେଷକରି ଖାଦ୍ୟାଭାବ କାରଣରୁ ହରିଣମାନେ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡକୁ ଯାଇ ବିପଦଗାମୀ ହେଉଛନ୍ତି। ଯେହେତୁ ଧଳତଙ୍ଗଗଡ଼ ନିକଟରେ ରେଳ ଧାରଣା ଯାଇଛି ତେଣୁ ଏହା ଅତିକ୍ରମ କଲାବେଳେ ଅନେକ ସମୟରେ ଏହି ନିରୀହ ପ୍ରାଣୀ ମୃତାହତ ହେଉଛନ୍ତି। ଏହାବାଦ ଅନେକ ସମୟରେ ଶିକାରୀ କୁକୁର ଆକ୍ରମଣ କରି କାମୁଡି ମାରି ଦେଉଛନ୍ତି। ଏ ପରିସ୍ଥିତିରେ ବନ ବିଭାଗ ଜଙ୍ଗଲ ଚାରିପଟେ ପାଚେରି ସହ ଏହି ପରିସରରେ ପର୍ଯ୍ୟାପ୍ତ ଘାସ ଓ ଲତା ଆଦି ଲଗାଇବା ଜରୁରୀ। ଜଙ୍ଗଲ ଭିତରେ ଥିବା ପୋଖରୀଗୁଡ଼ିକ ଶୁଖିଯାଉଥିବାରୁ ସେଗୁଡିକୁ ଗଭୀର କିମ୍ବା ବୋରିଂ ମାଧ୍ୟମରେ ଜଳପୂର୍ଣ୍ଣ କରାଯିବା ଉଚିତ। ଆବଶ୍ୟକ ସଂଖ୍ୟକ ବନ କର୍ମଚାରୀ ନିୟୋଜିତ ସହ ସେମାନେ ନିଷ୍ଠାର ସହ କାମ କରିବା ଦରକାର ବୋଲି ଏହି ପରିବେଶବିତ୍‌ମାନେ ମତବ୍ୟକ୍ତ କରିଛନ୍ତି। ଏହା ଉପରେ ଧଳତଙ୍ଗଗଡ଼ ଭାରପ୍ରାପ୍ତ ରେଞ୍ଜ ଅଫିସର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କୁ ପଚାରିବାରେ ଜଙ୍ଗଲ ଚାରିପଟ ହେଉଛି ୭ କିଲୋମିଟରରୁ ଅଧିକ। ସେଥିମଧ୍ୟରୁ ଏହା ଭିତରେ ୧୦୦ ମିଟର ପାଚେରି କାମ ସରିଛି। ଆଉ ୩ ରୁ ୪ କିଲୋମିଟର କାମ ଚାଲିଛି। ପର୍ଯ୍ୟାୟକ୍ରମେ ପାଚେରି କାମ ହେବ ବୋଲି ଆଶା ଅଛି। ଯେହେତୁ ସେ ନୂଆକରି ଦାୟିତ୍ୱ ନେଇଛନ୍ତି ତେଣୁ ଆଗକୁ କ’ଣ କରିହେବ ସେନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କୁ ଗଛରେ ବାନ୍ଧି କଲେଜ୍‌ ଛାତ୍ରୀଙ୍କୁ ଗଣବଳାତ୍କାର

ନୟାଗଡ଼/ ଭାପୁର, ୨୬।୧୦(ଲୋକନାଥ ମିଶ୍ର/ ଭରତ କୁମାର ବେହେରା):ନୟାଗଡ଼ ପୋଲିସ ଜିଲାର ଫତେଗଡ଼ ଥାନା ଅନ୍ତର୍ଗତ ପିଠାଖାଇ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ...

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଦୀପାବଳି ପୂର୍ବରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

ଉମରକୋଟ/ ତେନ୍ତୁଳିଖୁଣ୍ଟି, ୨୫।୧୦(ସନ୍ତୋଷ ଶତପଥୀ/ ଚିଦାନନ୍ଦ ସାହୁ): ବିନା ଲାଇସେନ୍ସରେ ବାଣ ରଖାଯାଇଥିବା ଖବରପାଇ ଉମରକୋଟ ପୋଲିସ ଏକ ଗୋଦାମରେ ଚଢ଼ାଉ କରିଛି। ସେଠାରୁ ପୋଲିସ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri