ନନ୍ଦନକାନନରେ ସମ୍ବର ମୃତ

ବାରଙ୍ଗ,୯ା୧୨(ଡି.ଏନ୍‌.ଏ.)-ପ୍ରାଣୀଉଦ୍ୟାନ ନନ୍ଦନକାନନରେ ବୁଧବାର ୩୯ନଂ ଏନକ୍ଲୋଜେରରେ ରହୁଥିବା ୯ବର୍ଷର ଏକ ମାଈ ସମ୍ବର ମୃତ୍ୟୁବରଣ କରିଛି। ଏନ୍‌କ୍ଲୋଜରରେ ମଙ୍ଗଳବାର ଅନ୍ୟ ସମ୍ବର ସହ ମାଡଗୋଳ ଘଟିବା ଯୋଗୁ ଏହି ମାଈ ସମ୍ବରଟି ଅସୁସ୍ଥ ହୋଇପଡ଼ିଥିଲା। କର୍ମଚାରୀମାନଙ୍କଠାରୁ ଖବରପାଇ ନନ୍ଦନକାନନର ଡାକ୍ତରମାନେ ଏନ୍‌କ୍ଲୋଜରକୁ ଯାଇ ସମ୍ବରଟିର ଚିକିତ୍ସା କରିଥିଲେ। କିନ୍ତୁ ବୁଧବାର ସକାଳେ ଏନ୍‌କ୍ଲୋଜର ସଫା କରିବାକୁ କର୍ମଚାରୀମାନେ ଯାଇଥିବାବେଳେ ସମ୍ବରଟି ମରିପଡ଼ିଥିବାର ଦେଖିବାକୁ ପାଇଥିଲେ।

Share