ଶିମିଳିପାଳରୁ ହରିଣ ମାଂସ ଜବତ, ୪ ଗିରଫ

ବାରିପଦା ଅଫିସ,୧୦।୬: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କେନ୍ଦୁମୁଣ୍ଡି ରେଞ୍ଜ ଅଞ୍ଚଳରୁ ବନ କର୍ମଚାରୀ ୪ଜଣ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବାସୁଦେବ ନାୟକ, ଚକ୍ରଧର ଗାଗରାଇ, ସୁଦର୍ଶନ ନାୟକ ଏବଂ କେରସେ ସିଂ ଖୁଣ୍ଟିଆ। ଏମାନେ ସମସ୍ତେ କରଞ୍ଜିଆ ବ୍ଲ୍ଳକ ବାରୁଡିହୀ, ପାହାଡପୁର ଓ ରାମଯୋଡ଼ି ଗାଁ ଅଞ୍ଚଳର ବୋଲି ଜଣାପଡ଼ିଛି।
ବନ କର୍ମଚାରୀ ତାଙ୍କଠାରୁ ୧୨ କେଜି ହରିଣ ମାଂସ ସହ ୩ଟି ଦେଶୀ ବନ୍ଧୁକ ଏବଂ ଏକ ବାଇକ୍‌କୁ ଜବତ କରିଛନ୍ତି। ଏହି ସଂକ୍ରାନ୍ତରେ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି ା

Share