Posted inଫୁରସତ

ହରିଣକୁ ଏମିତି ଶିକାର କଲା ବାଘ, ଭିଡିଓ ଦେଖିଲେ…

ସବୁ ପ୍ରାଣୀଙ୍କଠାରୁ ବାଘକୁ ଭୟଙ୍କର ବୋଲି କୁହାଯାଏ। ଯଦି ବାଘ ଜଙ୍ଗଲରେ ଥାଏ ତେବେ ଅନ୍ୟ ପ୍ରାଣୀମାନେ ସେହି ଅଞ୍ଚଳକୁ ଯିବାକୁ ଭୟ କରନ୍ତି। କାରଣ ସେମାନେ ଜାଣିଥାନ୍ତି କି ବାଘର ଆକ୍ରମଣର ନିଶ୍ଚିତ ଶିକାର ହେବେ। ବାଘ ଏତେ ଶୀଘ୍ର ଆକ୍ରମଣ କରେ ଯେ, ସାମ୍ନାରେ ଥିବା ବ୍ୟକ୍ତି ଭାବିବା ଏବଂ ବୁଝିବାକୁ ବି ସମୟ ପାଆନ୍ତି ନାହିଁ। ଆଜିକାଲି ଟୁଇଟରରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ ବାଘ ଜଙ୍ଗଲରେ ବୁଲୁଥିବା ହରିଣ ଉପରେ ଆକ୍ରମଣ କରୁଛି। ତା’ପରେ ଯାହା ଘଟୁଛି ଭିଡିଓ ଦେଖିଲେ ଜାଣିପାରିବେ।

 

@WildLense_India ନାମକ ଏକ ଟୁଇଟର ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏଥିରେ ଆପଣ ଦେଖିପାରିବେ ହରିଣ ଜଙ୍ଗଲରେ ଚରୁଛି। ଏହି ସମୟରେ ହଠାତ୍‌ ଏକ ବାଘ ଗଛ ଉପରୁ ହରିଣ ଉପରକୁ କୁଦିପଡୁଛି। ବାଘଟି ଗଛରୁ ଡେଇଁ ସିଧା ହରିଣର ବେକକୁ ଧରୁଛି। ବାଘଟି ହରିଣର ବେକକୁ ଏପରି ଧରିଛି ଯେ, ଯେପରି ହରିଣଟି ରକ୍ଷା ପାଇପାରିବ ନାହିଁ। ହରିଣ ବାଘ ମୁହଁରୁ ବାହାରିବା ପାଇଁ ବାରମ୍ବାର ଚେଷ୍ଟା କରୁଛି, ତଥାପି ବିଫଳ ହେଉଛି। ବାଘ ତାକୁ ଦାନ୍ତରେ ଭିଡ଼ିଧରିଛି।

ମାତ୍ର ୧୬ ସେକେଣ୍ଡର ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୩୭ ହଜାରରୁ ଅଧିକ ଥର ଦେଖାସରିଲାଣି। ୫୦୦ ଲାଇକ୍‌ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରେ ରହସ୍ୟମୟ ଆଲୋକ ସ୍ତମ୍ଭ: କିପରି ହୁଏ ସୃଷ୍ଟି…

ଓଟ୍ଟାଓ୍ବା,୨୮ା୧୧: କାନାଡାର କେନ୍ଦ୍ରୀୟ ଆଲବର୍ଟା ଜନସାଧାରଣ ନିକଟରେ ରାତି ଆକାଶରେ ଶହ ଶହ ଆଲୋକ ସ୍ତମ୍ଭ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ରହସ୍ୟମୟ ଉଜ୍ଜ୍ୱଳ ଆଲୋକ...

କପେ ଚା’କୁ ଲକ୍ଷେ ଟଙ୍କା

ଦୁବାଇ:ସାଉଦି ଆରବର ଦୁବାଇସ୍ଥିତ ଏକ କାଫେରେ ଏପରି ଏକ ଚା’ପରଷା ଯାଉଛି, ଯାହାର ଦାମ ୧ ଲକ୍ଷ ଟଙ୍କା ରହିଛି। ଡିଆଇଏଫ୍‌ସି ଏମିରେଟ୍ସ ପାଇନାନ୍ସିଆଲ ଟାଓ୍ବାର...

ଜାଣନ୍ତି କି କାହିଁକି ହିନ୍ଦୀ ବାମରୁ ଡାହାଣକୁ, ଊର୍ଦ୍ଦୁ ଡାହାଣରୁ ବାମକୁ ଲେଖାଯାଏ, ଏହା ପଛର କାରଣ ଜାଣିଲେ…

ଉଭୟ ହିନ୍ଦୀ ଏବଂ ଉର୍ଦ୍ଦୁ ଭାରତରେ କଥିତ। ଏହି ଦୁଇଟି ଭାଷା ମଧ୍ୟରେ ଅନେକ ସମାନତା ଅଛି, ତଥାପି ସେଗୁଡ଼ିକ ଲେଖିବାରେ ଏକ ବଡ଼ ପାର୍ଥକ୍ୟ...

ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ: ଏତିକି ବର୍ଷ ବୟସରେ ନେଲେ ଶେଷ ବିଦାୟ

ଲଣ୍ଡନ,୨୭ା୧୧: ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ଜନ୍‌ ଆଲ୍‌ଫ୍ରେଡ୍‌ ଟିନିସ୍‌ଉଡ୍‌ଙ୍କର ୧୧୨ ବର୍ଷରେ ପରଲୋକ ହୋଇଯାଇଛି। ଇଂଲଣ୍ଡର ସାଉଥପୋର୍ଟ କେୟାର ହୋମ୍‌ରେ ସୋମବାର ତାଙ୍କର ଦେହାନ୍ତ...

ବିପଦରେ ସାଇଗା ପ୍ରଜାତିର ହରିଣଙ୍କ ଅସ୍ତିତ୍ୱ

ମସ୍କୋ: ବିଶ୍ୱରେ ଅନେକ ପ୍ରକାରର ହରିଣ ପ୍ରଜାତି ଦେଖିବାକୁ ମିଳିଥାଏ। ସାଧାରଣତଃ ହରିଣଗୁଡ଼ିକୁ ସେମାନଙ୍କର ଶିଙ୍ଗ ଏବଂ ସୌନ୍ଦର୍ଯ୍ୟତା ପାଇଁ ବେଶ୍‌ ପ୍ରଶଂସା କରାଯାଇଥାଏ। କିନ୍ତୁ...

ପ୍ରେମିକାଙ୍କ ପାଇଁ ସପ୍ତାହକୁ ୧୮ ହଜାର କି.ମି. ଯାତ୍ରା

ବେଜିଂ: ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଖବର ସମସ୍ତଙ୍କ ହୃଦୟ ଜିତିପାରିଛି। ଅଷ୍ଟ୍ରେଲିଆରେ ପଢ଼ୁଥିବା ଚାଇନାର ଜଣେ ଛାତ୍ର ନିଜ ଅଧ୍ୟୟନ ଓ ପ୍ରେମିକାଙ୍କ...

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri