Categories: ଜାତୀୟ

କେଜ୍‌ରିଓ୍ବାଲ, ଆତିଶୀଙ୍କ ନାଁରେ ମାନହାନି ମାମଲା

ନୂଆଦିଲ୍ଲୀ,୩୦।୪: ଭାଜପା ଓ ଏହାର ସଦସ୍ୟମାନଙ୍କୁ ଅପମାନିତ କରିଥିବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ମନ୍ତ୍ରୀ ଆତିଶୀଙ୍କ ବିରୋଧରେ ସୋମବାର ଦିଲ୍ଲୀର ଏକ ଅଦାଲତରେ ମାନହାନି ମାମଲା ଦାଏର ହୋଇଛି। ଭାଜପା ଦିଲ୍ଲୀ ଶାଖାର ଗଣମାଧ୍ୟମ ମୁଖ୍ୟ ପ୍ରବୀଣ ଶଙ୍କର କପୁର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ତନ୍ୟା ବାମନିୟାଲଙ୍କ ନିକଟରେ ଅଭିଯୋଗ ଦାଏର କରିଛନ୍ତି। ମେ’ ୪ରେ ଏହା ଉପରେ ତଥ୍ୟ ପ୍ରମାଣର ରେକର୍ଡ କରାଯିବ। ଅଭିଯୋଗ ଅନୁଯାୟୀ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ୨ ନେତା ଭାଜପା ବିରୋଧରେ ମିଥ୍ୟା, ମନଗଢ଼ା ମନ୍ତବ୍ୟ ଦେଇଥିଲେ। ଦିଲ୍ଲୀ ସରକାରଙ୍କୁ ଭାଙ୍ଗିଦେବା ପାଇଁ ଭାଜପା କେତେଜଣ ଆପ୍‌ ନେତାଙ୍କୁ କିଣିବାକୁ ଉଦ୍ୟମ ଚଳାଇଥିବା କେଜ୍‌ରିଓ୍ବାଲ ଏବଂ ଆତିଶୀ କହିଥିଲେ। ସର୍ବସାଧାରଣରେ ଭାଜପା ଏବଂ ଏହାର କର୍ମୀମାନଙ୍କ ମର୍ଯ୍ୟାଦା ହାନି କରିବା ପାଇଁ ଆପ୍‌ ନେତା ଏଭଳି ମନଗଢ଼ା ଅଭିଯୋଗ ଆଣିଥିବା ପ୍ରବୀଣ ତାଙ୍କ ପିଟିଶନରେ ଦର୍ଶାଇଛନ୍ତି।

Share