Categories: ଜାତୀୟ

ପାଟନା କୋର୍ଟରେ କେଜ୍‌ରିଓ୍ବାଲଙ୍କ ନାଁରେ ମାନହାନି ମାମଲା

ନୂଆଦିଲ୍ଲୀ,୨୩।୫: ପାଟଣାର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ମାନହାନି ମାମଲା ଦାୟର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା କେଜ୍‌ରିଓ୍ବାଲଙ୍କ ନାଁରେ ଅଭିଯୋଗ ହୋଇଛି। ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୩୨, ୫୦୦ ଏବଂ ୫୦୫ ଅଭିଯୋଗରେ ଓକିଲ ରବି ଭୂଷଣ ପ୍ରସାଦ ବର୍ମା ଅଭିଯୋଗ କରିଛନ୍ତି। ୪୯୦୮/୨୦୨୩ ଅଭିଯୋଗ ମାମଲା ପଞ୍ଜିକରଣ କରି କୋର୍ଟ ଏହି ମାମଲାର ଶୁଣାଣି ପାଇଁ ମେ’ ୨୫ ତାରିଖ ସ୍ଥିର କରିଛନ୍ତି।

ସୂଚନାନୁଯାୟୀ, ୧୯ ମେ’ରେ କେଜ୍‌ରିଓ୍ବାଲଙ୍କ ଟୁଇଟର ହ୍ୟାଣ୍ଡେଲରୁ ଏକ ଟୁଇଟ କରାଯାଇଥିଲା। ଯେଉଁଥିରେ ଲେଖାଯାଇଛି, ପ୍ରଥମେ କୁହାଯାଇଥିଲା ୨୦୦୦ ଟଙ୍କିଆ ନୋଟ ଆଣିଲେ ଦୁର୍ନୀତି ବନ୍ଦ ହେବ। ବର୍ତ୍ତମାନ କହୁଛନ୍ତି ୨୦୦୦ ଟଙ୍କିଆ ନୋଟ ବନ୍ଦ ହେଲେ ଦୁର୍ନୀତି ଶେଷ ହେବ। ସେଥିପାଇଁ ଆମେ କହୁଛୁ, ପ୍ରଧାନମନ୍ତ୍ରୀ ଶିକ୍ଷିତ ହେବା ଉଚିତ୍‌। ଜଣେ ଅଶିକ୍ଷିତ ପ୍ରଧାନମନ୍ତ୍ରୀଙ୍କୁ କିଛି ବି କହିପାରନ୍ତି। ସେ ବୁଝନ୍ତି ନାହିଁ। ହେଲେ ଯନ୍ତ୍ରଣା ତ ଜନସାଧାରଣଙ୍କୁ ଭୋଗିବାକୁ ପଡ଼ିବ ନା।

Share