Categories: ଜାତୀୟ

ମାନହାନି ମାମଲା: ୫୦ ଲକ୍ଷ କ୍ଷତିପୂରଣ ଦେବାକୁ ଟିଏମ୍‌ସି ନେତାଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨ା୭(ପି.ଟି.): ଏକ ମାନହାନି ମାମଲାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ସାକେତ୍‌ ଗୋଖଲେଙ୍କୁ ଏଥିପାଇଁ ପୂର୍ବତନ କୂଟନୀତିଜ୍ଞ ଲକ୍ଷ୍ମୀ ମୁର୍ଦେଶ୍ୱର ପୁରୀଙ୍କୁ କ୍ଷମା ମାଗିବା ସହ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦିଲ୍ଲୀ ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସ୍ତ୍ରୀ ଲକ୍ଷ୍ମୀ ସୁଇଜରଲାଣ୍ଡରେ ଜମି କିଣିବା ନେଇ ଗୋଖଲେ ବିବାଦୀୟ ଟୁଇଟ୍‌ କରିଥିଲେ। ଏହା ବିରୋଧରେ ଜାତିସଂଘର ପୂର୍ବତନ ସହକାରୀ ମହାସଚିବ ଲକ୍ଷ୍ମୀ ହାଇକୋର୍ଟରେ ମାନହାନି ମାମଲା ଦାଏର କରିଥିଲେ।

Share