Categories: ଜାତୀୟ

୨୦୨୪ ନିର୍ବାଚନ ପୂର୍ବରୁ ହ୍ରାସ ପାଉଛି କି କଂଗ୍ରେସର ମନୋବଳ? ଚିଦାମ୍ବରମଙ୍କ ବୟାନରୁ ସ୍ପଷ୍ଟ ହେଲା ‘ଡର’

ନୂଆଦିଲ୍ଲୀ,୧୭।୧୨: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ କଂଗ୍ରେସ ନେତାମାନଙ୍କର ଚିନ୍ତା ବଢ଼ୁଥିବା ନଜର ଆସୁଛି। ନିକଟରେ ୫ ରାଜ୍ୟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳରେ ଛତିଶଗଡ଼ ଏବଂ ରାଜସ୍ଥାନରେ ଭାଜପା ସରକାର ଗଢ଼ିଛି। ସେହିଭଳି ମଧ୍ୟପ୍ରଦେଶ ଏବଂ ମିଜୋରାମରେ ମଧ୍ୟ ଦଳ ଶୋଚନୀୟ ଭାବେ ପରାଜିତ ହୋଇଛି। କେବଳ ତେଲଙ୍ଗାନାରେ କଂଗ୍ରେସ ବହୁମତରେ ସରକାର ଗଢ଼ିବାରେ ସକ୍ଷମ ହୋଇଛି। ଏଭଳି ସ୍ଥିତିରେ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ପରିଗଣିତ ହେଉଥିବା ପି. ଚିଦାମ୍ବରମଙ୍କ ଏଭଳି ବୟାନ ସାମ୍ନାକୁ ଆସୁଛି, ଯାହା ଦଳର ମନୋବଳ ହ୍ରାସ ପାଉଥିବା ଆଡ଼କୁ ଇଙ୍ଗିତ କରୁଛି।

ଚିଦାମ୍ବରମ୍‌ କହିଛନ୍ତି, ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ଅପ୍ରତ୍ୟାଶିତ ଏବଂ ଚିନ୍ତାର ବିଷୟ। ଭାଜପା କିନ୍ତୁ ପ୍ରତିଟି ନିର୍ବାଚନକୁ ଅନ୍ତିମ ନିର୍ବାଚନ ଭାବି ଲଢ଼ିଆସୁଛି। ବିରୋଧୀ ଦଳମାନେ ଏହା ଅନୁଭବ କରିବା ଉଚିତ। ଏବେ ଭାଜପା କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ନିଶ୍ଚିତ ଭାବେ ବଢ଼ିବ। ଅପରପକ୍ଷେ କଂଗ୍ରେସ ନିଜର ଦୁର୍ବଳତା ଉପରେ ଧ୍ୟାନ ଦେବା ଉଚିତ। ୪ ବଡ଼ ରାଜ୍ୟରେ ୪୦% ମତଦାନ କଂଗ୍ରେସ ହାତେଇବାରେ ସଫଳ ହୋଇଥିଲା। ଏଣୁ ଆଗାମୀ ନିର୍ବାଚନ ପୂର୍ବରୁ ଦଳ ଏହାକୁ ୪୫% ଯାଏ ବଢ଼ାଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ତେବେ ଚିଦାମ୍ବରମଙ୍କ ଏଭଳି ବୟାନ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। କଂଗ୍ରେସର ମନୋବଳ ସାମାନ୍ୟ ହ୍ରାସ ପାଉଥିବାରୁ ନିର୍ବାଚନରେ ଭାଜପା ଭଳି ପ୍ରଦର୍ଶନ କରିପାରୁ ନାହିଁ । ଏପରିକି କଂଗ୍ରେସକୁ ଭାଜପାଠାରୁ ବହୁତ କିଛି ଶିଖିବା ଏବଂ ଦଳ ମଧ୍ୟରେ ସୁଧାର କରିବାର ଆବଶ୍ୟକତା ରହିଛି ବୋଲି ସେ ମାନୁଥିବା ସ୍ପଷ୍ଟ ହୋଇଛି।

Share