କର୍କଟଠାରୁ ନ ହାରି ଏହାକୁ ହରାଇବା ନେଇ ଲୋକଙ୍କ ମଧ୍ୟରେ ବିଶେଷ ଚିନ୍ତାଧାରା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୭ରେ ସର୍ବଭାରତୀୟ ସ୍ତରରେ ଜାତୀୟ କର୍କଟ ସଚେତନତା ଦିବସ ପାଳନ କରାଯାଇଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପରିସଂଖ୍ୟାନ ଅନୁଯାୟୀ, କର୍କଟ ସମ୍ବନ୍ଧୀୟ ମୃତ୍ୟୁହାର ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶରେ ୭୦ ପ୍ରତିଶତ ରହିଛି। ଧୂମପାନ, ମଦ୍ୟପାନ, ଅଳ୍ପ ଫଳ ଏବଂ ପନିପରିବା ଖାଇବା ଏବଂ ଯଥେଷ୍ଟ ବ୍ୟାୟାମ ନ କରିବା ଭଳି କାରଣ ଯୋଗୁ ପ୍ରାୟ ଏକ ତୃତୀୟାଂଶ ମୃତ୍ୟୁ କର୍କଟ କାରଣରୁ ହୋଇଥାଏ। କର୍କଟ ଯୋଗୁ ଗୁରୁତର ଆର୍ଥିକ ସ୍ଥିତି ସୃଷ୍ଟି ହୋଇଥାଏ।
ସମଗ୍ର ବିଶ୍ୱରେ କର୍କଟ ମୃତ୍ୟୁରେ ସ୍ତନ କର୍କଟର ପ୍ରାୟ ୨.୨୬ ନିୟୁତ ମାମଲା ଥିବାବେଳେ ଫୁସ୍ଫୁସ୍ କର୍କଟ ମୃତ୍ୟୁ ସଂଖ୍ୟା ୨.୨୧ ନିୟୁତ ରହିଛି। କୋଲନ ଏବଂ ରେକ୍ଟମ କର୍କଟ ମାମଲା ୧.୯୩ ନିୟୁତ ଥିବାବେଳେ ପ୍ରୋଷ୍ଟେଟ କର୍କଟ ମାମଲା ୧.୪୧ ନିୟୁତ ରହିଛି।
ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ବିଶ୍ୱରେ କର୍କଟ ହେଉଛି ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ। ୨୦୪୦ ସୁଦ୍ଧା ଭାରତରେ ନୂତନ ମାମଲା ସଂଖ୍ୟା ଦ୍ୱିଗୁଣିତ ହେବ ବୋଲି ଆକଳନ କରାଯାଇଛି। ୪୨ଟି କର୍କଟ ପ୍ରତିରୋଧୀ ଔଷଧ ପାଇଁ ନ୍ୟାଶନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନ୍ପିପିଏ) ଦ୍ୱାରା ଏକ ପାଇଲଟ ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ପୀଡ଼ିତମାନଙ୍କ ପାଇଁ ସ୍ବାସ୍ଥ୍ୟସେବାକୁ ଅଧିକ ସୁଲଭ କରିବା ଦିଗରେ ଏହା ଏକ ପଦକ୍ଷେପ ।
ଆର୍ଥିକ ବୋଝ, ପରିବାର ପାଇଁ ଦୁଃଖ ଏବଂ ଦାରିଦ୍ର୍ୟ ଆଣିଥାଏ। ଏପରିସ୍ଥଳେ ପ୍ରାରମ୍ଭିକ ଚିହ୍ନଟ ପାଇଁ ଗୁରୁତ୍ୱାରୋପ କରିବା ଦ୍ୱାରା କର୍କଟରୁ ମୁକ୍ତି ମିଳିପାରିଥାଏ। ୨୦୧୪ ନଭେମ୍ବର ୭ରେ ଏହି ଦିବସ ପ୍ରଥମଥର ପାଇଁ ପାଳନ କରାଯାଇଥିଲା ଏବଂ କର୍କଟ ରୋଗର ଶୀଘ୍ର ଚିହ୍ନଟ ଏବଂ ଉପଶମ ଉପରେ ଧ୍ୟାନ ଦିଆଯାଇଥିଲା।