କୋର୍ଟରେ ବିଜୟୀ ଘୋଷିତ ହେଲେ ପରାଜିତ ପ୍ରାର୍ଥୀ

ପାରଳାଖେମୁଣ୍ଡି/ ମୋହନା,୨୪ା୧୦(ଗିରିଧାରୀ ପରିଛା/ ମନ୍ମଥ ମିଶ୍ର): ଗଜପତି ଜିଲାରେ ୨୦୨୨ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ମୋହନା ପଞ୍ଚାୟତର ୧୧ ନଂ. ୱାର୍ଡର ଓ୍ବାର୍ଡସଭ୍ୟ ପାଇଁ ଦୁଇ ଜଣ ପ୍ରାର୍ଥୀ ପାର୍ଥିପତ୍ର ଦାଖଲ କରିଥିଲେ। ଏଥିରେ ନରତମା ପାତ୍ର ବିଜୟୀ ହୋଇଥିବା ବେଳେ ଜୟନ୍ତୀ ପଟ୍ଟନାୟକ ପରାଜିତ ହୋଇଥିଲେ। ତେବେ ନରତମାଙ୍କ ୪ଟି ସନ୍ତାନ ଥିବା ବେଳେ ସେ ଦୁଇଟି ସନ୍ତାନ ଥିବା ପ୍ରାର୍ଥତ୍ପତ୍ର ଦାଖଲ ବେଳେ ଦର୍ଶାଇଛନ୍ତି ବୋଲି ଅଭିଯୋଗ କରିଥିଲେ ଜୟନ୍ତୀ। ଏନେଇ ସେ ପଞ୍ଚାୟତିରାଜ ବିଭାଗ, ବ୍ଲକ ଅଧିକାରୀ ଓ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଜୟନ୍ତୀ ମୋହନା କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହାକୁ ବିଚାର ପାଇଁ ଗ୍ରହଣ କରି ଜୟନ୍ତୀଙ୍କୁ ବିଜୟୀ ଘୋଷଣା କରିଛନ୍ତି। ରାୟ ପ୍ରକାଶ ପରେ ସେ କହିଛନ୍ତି ଯେ, ଧର୍ମର ଜୟ ହୋଇଛି। ମୁଁ ଆଗରୁ ଲୋକଙ୍କ ସେବା କରୁଥିଲି। ଏବେ ପୁଣି ଥରେ ସେବା କରିବାକୁ ସୁଯୋଗ ମିଳିଛି। ଆଇନଜୀବୀ ବିଭୂତି ପ୍ରସାଦ ପାତ୍ର ମାମଲା ପରିଚାଳନା କରୁଥିଲେ।

Share