୨୦୨୨ରେ କରୋନାକୁ ହରାଇବା, ଡବ୍ଲ୍ୟୁଏଚ୍‌ଓ ମୁଖ୍ୟଙ୍କ ଆହ୍ବାନ…

ନୂଆଦିଲ୍ଲୀ, ୨୨।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଏହା ନୂଆ ନୂଆ ଦେଶକୁ ସଂକ୍ରମିତ ହେବାରେ ଲାଗିଛି। ଏପରିସ୍ଥଳେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟେସସ କହିଛନ୍ତି ଯେ ଓମିକ୍ରନ ଶୀଘ୍ର ବ୍ୟାପୁଛି। ଟିକା ନେଇ ସାରିଥିବା ଏବଂ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କଠାରେ ଏହାର ସଂକ୍ରମଣ ଶୀଘ୍ର ଏବଂ ସହଜରେ ହେଉଛି।

ଘେବ୍ରେୟେସସଙ୍କ କହିବାନୁସାରେ, ୨୦୨୧ରେ କରୋନା ମହାମାରୀ ଭାଇରସ ଯୋଗୁଁ ୩୩ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଯାହାକି ଗତ ବର୍ଷ ଏଚ.ଆଇ.ଭି, ମ୍ୟାଲେରିଆ ଏବଂ ଯକ୍ଷ୍ମା ଯୋଗୁ ମୃତ୍ୟୁ ଘଟିଥିବା ଲୋକଙ୍କ ସଂଖ୍ୟା ସହିତ ସମାନ।

ପ୍ରାୟ ଦୁଇ ବର୍ଷ ଧରି ଲୋକମାନେ ମହାମାରୀ ଯୋଗୁ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। କରୋନା ମହାମାରୀକୁ ସମାପ୍ତ କରିବା ଦିଗରେ ବିଶ୍ୱର ସମସ୍ତ ସରକାର କାର୍ଯ୍ୟ କରିବା ଉଚିତ ବୋଲି ସେ ଆହ୍ବାନ ଦେଇଛନ୍ତି। ୨୦୨୨ ରେ ମହାମାରୀ ଶେଷ ହେବ କି?

ପ୍ରଶ୍ନର ଉତ୍ତରରେ ଘେବ୍ରେୟେସସ କହିଛନ୍ତି ୨୦୨୨ ବର୍ଷରେ ମିଳିତ ଭାବେ ଲଢ଼େଇ କଲେ ଆମେ ମହାମାରୀକୁ ସମାପ୍ତ କରି ପାରିବା। ଆସନ୍ତା ବର୍ଷ ମହାମାରୀକୁ ଶେଷ କରିବାକୁ ହେଲେ ଆମକୁ ଅସମାନତାକୁ ସମାପ୍ତ କରିବାକୁ ପଡିବ।

ଏହା ନିଶ୍ଚିତ ହେବା ଆବଶ୍ୟକ ଯେ ଜୁନ ୨୦୨୨ ସୁଦ୍ଧା ପ୍ରତ୍ୟେକ ଦେଶର ଜନସଂଖ୍ୟାର ୭୦ ପ୍ରତିଶତ ଲୋକଙ୍କୁ ଟିକା ପ୍ରଦାନ କରାଯିବ। ବର୍ତ୍ତମାନ ସୁଦ୍ଧା, ପ୍ରତି ସପ୍ତାହରେ ପ୍ରାୟ ୫୦ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ବହୁ ଲୋକଙ୍କ ମୃତ୍ୟୁ ଖବର ନାହିଁ। ସେମାନଙ୍କରକୌଣସି ତଥ୍ୟ ହସ୍ତଗତ ହେଉନି ବୋଲି ସେ କହିଛନ୍ତି।

Share