ନିର୍ମାଣରେ ତ୍ରୁଟି, ଭୁଶୁଡ଼ିବ ମେଡିକାଲ କଲେଜ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ)କନ୍ଧମାଳ ଜିଲାର ବହୁ ପ୍ରତୀକ୍ଷିତ ମେଡିକାଲ କଲେଜ ନିର୍ମାଣରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି ା କେହି ତ୍ରୁଟି କଲେ କାଳେ କିଏ ଧରିବ, ତାହାକୁ ନଜରରେ ରଖି ନିର୍ମାଣାଧୀନ ମେଡିକାଲ କଲେଜ ପରିସରକୁ କାହାରିକୁ ଛଡ଼ାଯାଉନି। ଏପରିକି ଗଣମାଧ୍ୟମକୁ ମଧ୍ୟ ନିର୍ମାଣକାରୀ ସଂସ୍ଥା ଭିତରକୁ ଛାଡୁନାହିଁ ା କହିଲେ ଗୁଣ୍ଡା ଲଗେଇ ମାରିବାକୁ ଧମକ ଦେଉଛନ୍ତି। ପୂର୍ବରୁ ମେଡିକାଲ ସମ୍ମୁଖରେ ଏଠାରେ ଫଟୋଗ୍ରାଫି ଏବଂ ଭିଡିଓ ରେକର୍ଡିଂ ମନା ବୋଲି ଏକ ବୋର୍ଡ ମାରିଥିଲେ। ଏ ନେଇ ଗଣମାଧ୍ୟମ ପ୍ରତିନିଧି ପୂର୍ତ୍ତ ବିଭାଗକୁ ଜଣାଇବାରୁ ସେହି ଲେଖାକୁ ତ ହଟେଇ ଦେଲେ, ହେଲେ ଭିତରକୁ ଛାଡ଼ିବାକୁ ମନା କଲେ। କହୁଛନ୍ତି, ଆମକୁ ମୁଖ୍ୟଯନ୍ତ୍ରୀ ମନା କରିଛନ୍ତି। କିନ୍ତୁ ଏ ନେଇ ସେମାନେ କୌଣସି ଲିଖିତ ନିର୍ଦ୍ଦେଶନାମା ଦେଖାଇ ପାରୁନାହାନ୍ତି। ମେଡିକାଲ କଲେଜର ନିର୍ମାଣ ଯେଉଁ ହିସାବରେ ହେବା କଥା ସେପରି ହେଉନାହିଁ ା ନିର୍ମାଣାଧୀନ କୋଠାକୁ ବାଲିରେ ଫିଲିଂ କରିବାକୁ ଏମ୍‌ଓୟୁରେ ସ୍ପଷ୍ଟ ଉଲ୍ଲେଖ ରହିଛି। ହେଲେ ବାଲି ବଦଳରେ ସେଠାରେ ମାଟି ପକାଯାଇ ସାନ୍ଧି ଦିଆଯାଉଛି। ଏହା ଧରାପଡ଼ିବ ବୋଲି ନିର୍ମାଣାଧୀନ ସଂସ୍ଥା ଗଣମାଧ୍ୟମକୁ ଭିତରକୁ ଛାଡୁ ନାହିଁ। ସେହିପରି ପିଲରରେ ଏଷ୍ଟିମେଟ ମୁତାବକ ରଡ଼ ଦିଆଯାଉନାହିଁ। ବାଲି, ସିମେଣ୍ଟ ମିଶ୍ରଣ କଥା ନ କହିବା ଭଲ ବୋଲି ସେଠାରେ କାମ କରୁଥିବା କେତେକ ଠିକା ସଂସ୍ଥାର ମିସ୍ତ୍ରିମାନେ କହିଛନ୍ତି ା ସେମାନଙ୍କ କହିବା ମୁତାବକ, ଏହାର ଭିଜିଲାନ୍ସ ତଦନ୍ତ ଆବଶ୍ୟକ ା ୫୦୦ କୋଟିରୁ ଆସି ୭୦୦ କୋଟି। ଏହା ପରେ ଆହୁରି କେତେ କୋଟି ଟଙ୍କା ନିର୍ମାଣ ବାବଦରେ ବଢ଼ିଛି, କିନ୍ତୁ ଏଠି ଲୁଟତରାଜ ଚାଲିଛି ବୋଲି କହିଛନ୍ତି ା
ଏହି ଘଟଣା ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅମିତ କୁମାର ଟୁଡୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ସେ ସ୍ପଷ୍ଟ ଭାବେ କହିଥିଲେ ଯେ, ସେଠାକୁ ଗଣମାଧ୍ୟମ ଯିବାରେ କୌଣସି ଅସୁବିଧା ନାହିଁ ା ଫଟୋଗ୍ରାଫି କି ଭିଡିଓ କରିବାରେ କୌଣସି ସମସ୍ୟା ନାହିଁ ା ଏହି କଥା ପରେ ନିର୍ମାଣାଧୀନ ସଂସ୍ଥା ସେଠାରେ ମାରିଥିବା ନୋ ଫଟୋଗ୍ରାଫି, ଭିଡିଓ ପୋଷ୍ଟକୁ ହଟାଇ ଦେଇଥିଲେ, ହେଲେ ଭିତରକୁ ଛାଡ଼ି ନ ଥିଲେ ା ଘଟଣା ସମ୍ପର୍କରେ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ପଚାରିବାରୁ ଗଣମାଧ୍ୟମ ଯିବାରେ କିଛି ଅସୁବିଧା ନାହିଁ ା କ’ଣ ହୋଇଛି ମୁଁ ନିର୍ବାହୀ ଯନ୍ତ୍ରୀ ଟୁଡୁଙ୍କୁ ପଚାରି କହିବି ବୋଲି ସେ କହିଛନ୍ତି।
କଥା ଉଠୁଛି, ପାଖାପାଖି ୧୦୦୦ କୋଟି ଯାଏ ମେଡିକାଲ କଲେଜ ନିର୍ମାଣ ବାବଦରେ ଅର୍ଥ ପର୍ଯ୍ୟାୟକ୍ରମେ ମଞ୍ଜୁର ହେଲାଣି ା ଏହା ଲୋକମାନଙ୍କ ଟଙ୍କାା ହେଲେ ନିର୍ମାଣାଧୀନ ସଂସ୍ଥା କାହିଁକି ଗଣମାଧ୍ୟମକୁ ଛାଡ଼ିବ ନାହିଁ ବୋଲି ବହୁ ସାମାଜିକ କର୍ମୀ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ଅକ୍ଟୋବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲାରେ ୫୦୦ ଶଯ୍ୟା ଏବଂ ୧୦୦ ସିଟ୍‌ ବିଶିଷ୍ଟ ମେଡିକାଲ କଲେଜ ଖୋଲିବାକୁ ଘୋଷଣା କରିଥିଲେ। ୨୦୨୧ ଏପ୍ରିଲ ୨ରେ କନ୍ଧମାଳ ଜିଲା ଦିନିକିଆ ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସେତେବେଳର ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ସମେତ ଏକ ୪ ଜଣିଆ ଟିମ୍‌ ଆସି ପ୍ରସ୍ତାବିତମେଡିକାଲ କଲେଜ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତଦାରଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ୧୪୦୦ ଜଣଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ୧୮ ଜଣଙ୍କୁ ତୁରନ୍ତ ୧୯ ଲଷ ଟଙ୍କାର ଚିକିତ୍ସା ସହାୟତା 

ଭୁବନେଶ୍ୱର,୨୧।୪: ସମୟ ଥିଲା ସକାଳ ୮ ଟା। ଲୋକାରଣ୍ୟ ହୋଇ ଉଠିଥିଲା ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସର। କାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ଆସିଛନ୍ତି ଲୋକଙ୍କ...

ଚାଲିଥିଲା ବାହାଘର ପ୍ରସେଶନ: ହଠାତ କାଟିପକାଇଲେ ଯୁବକଙ୍କ ପାପୁଲି

ବେଗୁନିଆପଡା,୨୧।୪(ସୁଶାନ୍ତ ପଟ୍ଟନାୟକ): ବାହାଘର ପ୍ରସେଶନ ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ଯୁବକଙ୍କ ହାତ ପାପୁଲି ଛିଣ୍ଡ ଯାଇଥିବା ଜଣାପଡ଼ିଛି। ଏଭଳି ଘଟଣା ଘଟିଛି ଗଞ୍ଜାମ...

ମନ୍ଦିର ଯାଇ ଦୀପରୁ ଦୀପ ଲଗାଉଛନ୍ତି କି? ଜାଣନ୍ତୁ ଏପରି କରିବା କାହିଁକି ଭୁଲ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଅସମ୍ଭାଳ ତାତି, ଜନ ଜୀବନ ଅସ୍ତବ୍ୟସ୍ତ

ଧରାକୋଟ,୨୧ା୪ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ଅଞ୍ଚଳରେ ୪ ଦିନ ଧରି ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲେଣି। ୧୦ଟା ପରେ ବାହାରକୁ ବାହାରିବା...

ପୋଲିସର ସ୍ପେଶାଲ ଡ୍ରାଇଭ୍‌: ୨୬ ନାବାଳିକାଙ୍କୁ ଉଦ୍ଧାର

ଛତ୍ରପୁର,୨୧ା୪(ସନ୍ତୋଷ ପାଢ଼ୀ): ସାରା ରାଜ୍ୟରେ ଶିଶୁ ଅପହରଣ ଓ ନିଖୋଜ ନେଇ ଚହଳ ପଡିଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ନିଖୋଜ ଶିଶୁଙ୍କୁ ଠାବ କରି...

ହର୍ଷ ଭୋଗଲେ, ସାଇମନ ଡୌଲଙ୍କୁ ରେଡ୍-ଫ୍ଲାଗ୍, BCCIକୁ ଚିଠି ଲେଖିଲା ବୋର୍ଡ: ରିପୋର୍ଟ

ନୂଆଦିଲ୍ଲୀ,୨୧।୪: ଅନେକ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ଦଳର ଅଧିନାୟକ ଏବଂ କୋଚମାନଙ୍କଠାରୁ ଘରୋଇ ପିଚ୍ କ୍ୟୁରେଟରଙ୍କ ବିରୁଦ୍ଧରେ ଅଭିଯୋଗ ଆସିବା ପରେ, କ୍ରିକେଟ ଆସୋସିଏସନ...

୩୦ରେ ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟନ କରିବେ ମମତା: ପୁରୀରୁ ଆସିବେ ଦଇତାପତି, ପଣ୍ଡିତ

ଭୋଗରାଇ, ୨୧।୪( ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ସାହାବାଜିପୁର ଠାରୁ ମାତ୍ର ୨ କିମି ଦୂର ପଶ୍ଚିମବଙ୍ଗ ନିଉ ଦୀଘା ରେଳଷ୍ଟେସନ...

ବିଜେଡିକୁ ନେଇ ବଡ଼ କଥା କହିଦେଲେ ଅମର: ପୁରା ରାଜନୀତିରେ ହଇଚଇ

ଭୁବନେଶ୍ୱର,୨୧।୪: ବିଜେଡି କନ୍ଦଳକୁ ନେଇ ବରିଷ୍ଠ ନେତା ଅମର ଶତପଥୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେଡିରେ ଯାହା ଚାଲିଛି ଠିକ ଚାଲିନି, ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image