ରାଇକିଆ,୨୫ା୧(ଡି.ଏନ୍.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତ୍ରୁଟିପୂର୍ଣ୍ଣ ହିତାଧିକାରୀ ଚୟନ ଯୋଗୁ ଅନେକ ଯୋଗ୍ୟ ହିତାଧିକାରୀ ତାଲିକାଭୁକ୍ତ ହୋଇପାରିନାହାନ୍ତି। ଅନ୍ୟପକ୍ଷରେ ଅଯୋଗ୍ୟ ହିତାଧିକାରୀ ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ସ୍ବଚ୍ଛଳ ଅଛନ୍ତି ସେମାନେ ତାଲିକାରେ ସ୍ଥାନ ପାଇଛନ୍ତି। ରାଜ୍ୟ ସରକାର ତୁରନ୍ତ ଏହି ତ୍ରୁଟିପୂର୍ଣ୍ଣ ତାଲିକାକୁ ସ୍ଥଗିତ ରଖି ନିରପେକ୍ଷ ଭାବେ ହିତାଧିକାରୀ ଚୟନ କରିବାକୁ ରାଇକିଆ ଭାଜପା ପକ୍ଷରୁ ଦାବି କରାଯାଇଛି। ଏ ନେଇ ଏକ ସ୍ମାରକପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଇକିଆଙ୍କ ଜରିଆରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦେଇଥିବା ଜଣାପଡ଼ିଛି। ଦଳ ପକ୍ଷରୁ ସନ୍ତୋଷ ଲେଙ୍କା, ଜାମ୍ବବ ପ୍ରଧାନ, ଶରତ ପ୍ରଧାନ, ନାରାୟଣ ପ୍ରସାଦ ମହାନ୍ତି, ସନ୍ତୋଷ ପାତ୍ର, ବୀରେନ୍ଦ୍ର ପ୍ରଧାନ ଏବଂ ଅଭିମନ୍ୟୁ ପଣ୍ଡା ପ୍ରମୁଖ ସାମିଲ ହୋଇଥିବା ବେଳେ ବହୁ ସଂଖ୍ୟାରେ ଭାଜପା କର୍ମୀମାନେ ସାମିଲ ହୋଇଥିଲେ।