ଜଳ ପରିଚାଳନାରେ ତ୍ରୁଟି, ଚାଷୀ ହତାଶ

ପଟ୍ଟାମୁଣ୍ଡାଇ,୮ା୪ (କଳ୍ପତରୁ ନାୟକ): ରାଜ୍ୟରେ ଏକଦା ମନ୍ତ୍ରୀପଡ଼ା ଭାବେ ପରିଚିତ ଲାଭ କରିଥିବା କେନ୍ଦ୍ରାପଡ଼ା ଜିଲାର ସ୍ବତନ୍ତ୍ର ପରିଚୟ ରହିଥିବା ବେଳେ ଆଜି ବି ଶିଳ୍ପ ବିହୀନ ଅବସ୍ଥାରେ ପଡ଼ିରହିଛି। ଜିଲାର ଶତକଡା ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି। ଶିକ୍ଷିତ ଯୁବତୀଯୁବକମାନେ ନିଯୁକ୍ତି ଅଭାବରୁ ବେକାର ହୋଇ କୌଣସି କାମଧନ୍ଦା ନ ପାଇ ରାଜ୍ୟ ବାହାରକୁ ଯାଉଥିବା ବେଳେ ଶ୍ରମିକ ଶ୍ରେଣୀର ଲୋକମାନେ ଦାଦନ ଖଟିବା ପାଇଁ ମଧ୍ୟ ବାହାର ରାଜ୍ୟ ଓ ଦେଶକୁ ଯାଉଛନ୍ତି। ଯେଉଁମାନେ କୃଷି ଉପରେ ଭରସା କରି ନିଜର ଆଗାମୀ ଭବିଷ୍ୟତ ଓ ତେଲଲୁଣର ସଂସାରକୁ ଗଢ଼ିବା ପାଇଁ ସ୍ବପ୍ନ ଦେଖୁଛନ୍ତି ସେମାନେ ମଧ୍ୟ ବହୁ ସମୟରେ ହତାଶ ହେଉଛନ୍ତି। ଠିକ୍‌ ଜଳ ପରିଚାଳନା ଅଭାବ ସାଙ୍ଗକୁ କୃଷି ସାମଗ୍ରୀର ଉଚିତ ଦର ମିଳୁ ନାହିଁ । ଶୀତଳଭଣ୍ଡାର ଅଭାବରୁ ଅଧିକାଂଶ ସମୟରେ ଉତ୍ପାଦିତ ସାମଗ୍ରୀ ନଷ୍ଟ ହେଉଛି। ଅର୍ଥକରୀ ଫସଲ ଭାବେ ପରିଚିତ ପନିପରିବା ରକ୍ଷଣାବେକ୍ଷଣ ଅଭାବରୁ ପଚି ଶୁଖି ନଷ୍ଟ ହେଉଛି। ଫଳରେ ଚାଷ କରି ଚାଷୀ ଲାଭ ପାଉନାହାନ୍ତି।
ଏ ସମ୍ପର୍କରେ କୃଷକ ନେତା ବିଜୟ ଦାସ, ସୁରେନ୍ଦ୍ର ପରିଡା, ସୁଶାନ୍ତ ସାମଲ, ଭାସ୍କର ରାଉତ, କୁଞ୍ଜବିହାରୀ ନାୟକ ପ୍ରମୁଖ କହିଛନ୍ତି, ଜଳସେଚନ ଅଭାବରୁ ପଟ୍ଟାମୁଣ୍ଡାଇ ଉତିକଣ ଭେଡ଼ା ଅଞ୍ଚଳରେ ଥିବା ଗଙ୍ଗାରାମପୁର, ସାନଜରିଆ, ଦିହୁଡିପୁର, ବଡ଼ପଡ଼ା, ବଡ଼ମୋହନପୁର, ଖଡିଅଣ୍ଟା, କକ୍ଷାରୁଣୀ, ନରସିଂହପୁର, ଡିହାପଡ଼ା, ମୂଳବସନ୍ତ ଆଦି ପଞ୍ଚାୟତ ବହୁଳ ଭାବେ ପନିପରିବା ଫସଲ କରାଯାଇଥିବା ବେଳେ ଏବେ ଶତାଧିକ ଏକର ବିଲ ଫାଠି ଅଁା କଲାଣି। ସରକାର ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ଯୋଜନା ପରେ ଯୋଜନା ହେଉଛି। କିନ୍ତୁ ଜଳସେଚନ ଅଭାବରୁ ହଜାର ହଜାର ଏକର ଜମିରେ ପନିପରିବା ଫସଲ ନଷ୍ଟ ହେବାକୁ ବସିଛି। ଦୁଇ ଦଶନ୍ଧି ଧରି ପଟ୍ଟାମୁଣ୍ଡାଇ କେନାଲରେ ଡାଳୁଅ ପାଣି ନ ଆସିବାରୁ ଚାଷୀ ଡାଳୁଅ ଧାନ ଚାଷ ପ୍ରତି ବିମୁଖ ହୋଇ ପନିପରିବା ଚାଷ ଉପରେ ନିର୍ଭର କରିଆସୁଛନ୍ତି। ମାତ୍ର କେନାଲରେ ଆବଶ୍ୟକ ଜଳ ପରିଚାଳନା ନ ହେବା ସହ ନୟନଯୋରି ପୋତି ହୋଇଯିବାରୁ ଚାଷୀ ବିଲ ଫାଟି ଆଁ କରିବା ସହିତ ଫସଲ ଶୁଖି ଯାଉଛି। ଯେଉଁ ଫସଲ ଅମଳ ହେଉଛି ତାହା ଉଚିତ ଦର ମିଳୁ ନ ଥିବାବେଳେ ଶୀତଳଭଣ୍ଡାର ଅଭାବରୁ ତାହା ନଷ୍ଟ ହେଉଛି। ସେହିପରି ନରେନ୍ଦ୍ର ଧଳ, ହିମାଂଶୁ ବିଶ୍ୱାଳ, ଚିତ୍ତରଞ୍ଜନ ମଲ୍ଲିକ ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଞ୍ଚଳରେ ଥିବା ଅଣ୍ଢରା, ଅମୃତମଣୋହୀ, ବଲୁରିଆ, ପେଣ୍ଠପାଳ, ତରଡ଼ିପାଳ, ସିଂହଗଁା, ନୀଳକଣ୍ଠପୁର, ଡାମରପୁର, ବାଲିପାଟଣା, ବାଛରା, ଶ୍ରୀରାମପୁର, ବଳଭଦ୍ରପୁର ଆଦି ପଞ୍ଚାୟତ ଏବଂ ପୌରାଞ୍ଚଳ ବାଲିପଡ଼ା, କଷଣଅଣ୍ଟା, ଷଣ୍ଢପଲ୍ଲୀ, ତନୁପୁର, କାକୁଡିପଲ୍ଲୀ, ଅଳଭା ଆଦି ଧୋୟାଞ୍ଚଳରେ ପନିପରିବା ଫସଲ ହୋଇଥାଏ। ଏହି ଫସଲକୁ ପଟ୍ଟାମୁଣ୍ଡାଇ ସମେତ ଆଖପାଖ ବିଭିନ୍ନ ହାଟ ବଜାରରେ ବିକ୍ରି କରାଯାଇଥାଏ। ଚାଷୀମାନେ ବହୁ କଷ୍ଟରେ ଚଢ଼ା ଦାମ୍‌ରେ ମଞ୍ଜି, ଚାରା, ପୋକମରା ଔଷଧ, ରାସାୟନିକ ସାର ବ୍ୟବହାର କରି ପନିପରିବା ଫସଲ କରିଥାନ୍ତି। ଏପରି କି ଜଳସେଚନ ସୁବିଧା ନ ଥିବା ଅଞ୍ଚଳରେ ତେଣ୍ଡାରେ ବହୁ ପରିଶ୍ରମ କରି ଜମିକୁ ଜଳସେଚିତ କରିବା ସହିତ ଆଳୁ, ବାଇଗଣ, ଟମାଟୋ, ପୋଟଳ, କଖାରୁ, ଭେଣ୍ଡି, ପିଆଜ ଓ ରସୁଣ ଆଦି ଫସଲ କରିଥାନ୍ତି। ଶୀତଳଭଣ୍ଡାର ନ ଥିବାରୁ ଚାଷୀମାନେ ଉଚିତ ମୂଲ୍ୟରେ ପନିପରିବା ବିକ୍ରି କରିବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହୋଇଛି। ଏଥିପାଇଁ ପଟ୍ଟାମୁଣ୍ଡାଇଠାରେ ୨ଟି ଶୀତଳଭଣ୍ଡାର ଖୋଲିବାକୁ କୃଷକମାନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri