Categories: ଜାତୀୟ

ଶିବସେନା କର୍ମୀଙ୍କ ଆକ୍ରମଣ ଘଟଣା: ପୂର୍ବତନ ନୌସେନା ଅଧିକାରୀ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ

ମୁମ୍ବାଇ,୧୨।୯-ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ଶୁକ୍ରବାର ଶିବସେନା କର୍ମଚାରୀମାନେ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଉଦ୍ଧବ ସରକାର ଉପରେ ବର୍ଷିଛନ୍ତି। ଅପରପକ୍ଷେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ମଦନ ଶର୍ମାଙ୍କୁ ଫୋନ କରି ତାଙ୍କର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ପୂର୍ବତନ ସୈନିକଙ୍କ ଉପରେ ହୋଇଥିବା ଆକ୍ରମଣ ଗ୍ରହଣୀୟ ନୁହେଁ। ଏହା ଏକ ନିନ୍ଦନୀୟ ଘଟଣା।
ସୂଚନାଯୋଗ୍ୟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ଏକ କାର୍ଟୁନ ଫୋଟକୁ ହ୍ବାଟ୍ସଆପରେ ମଦନ ଶର୍ମା ଶେୟାର କରିଥିଲେ। ଏହାପରେ ଶିବସେନା କର୍ମୀ ଫୋନ କରି ଧମକ ଦେଇଥିଲେ। ପରେ ମଦନ ଶର୍ମାଙ୍କ ଘରକୁ ଆସି ତାଙ୍କୁ ୮ ଜଣ ଶିବସେନା କର୍ମୀମାନେ ଆକ୍ରମଣ କରିଥିଲେ।

Share