Categories: ଜାତୀୟ

ଏଲ୍‌ଏସିର ସ୍ଥିତି ପରଖିବେ ପ୍ରତିରକ୍ଷା ମନ୍ତ୍ରୀ, ସେନାମୁଖ୍ୟ

ନୂଆଦିଲ୍ଲୀ,୧।୭: ଭାରତ-ଚାଇନା ସୀମା ବିବାଦକୁ ନେଇ ଏବେ ଭାରତୀୟ ସେନା ଖୁବ୍‌ ସଜାଗ ରହିଛି। ଚାଇନାକୁ କଡା ଜବାବ ଦେବାକୁ ସବୁ ସମୟରେ ପ୍ରସ୍ତୁତ ରହିଛି ଭାରତୀୟ ସେନା। ତେବେ ପୂର୍ବ ଲଦ୍ଦାଖରେ ସୁରକ୍ଷାର ସ୍ଥିତି ପରଖିବାକୁ ଶୁକ୍ରବାର ସେନାମୁଖ୍ୟ ଜେନରାଲ ମନୋଜ ମୁକୁନ୍ଦ ନରାବଣେ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲେହ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏମାନେ ଲାଇନ୍‌ ଅଫ୍‌ ଆକଚୁଆଲ୍‌ କଣ୍ଟ୍ରୋଲ୍‌(ଏଲ୍‌ଏସି)ରେ ଲାଗିରହିଥିବା ବିବାଦ ମଧ୍ୟରେ ଏହାର ସ୍ଥିତି ପରଖିବେ। ସୂଚନାଯୋଗ୍ୟ, ଏଲ୍‌ଏସିରେ ଘଟିଥିବା ସଂଘର୍ଷରେ କିଛିଦିନ ତଳେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ଏହାପରଠାରୁ ବଢିଯାଇଛି ଭାରତ-ଚାଇନା ବିବାଦ।

Share