Categories: ଜାତୀୟ

‘ଅଗ୍ନିପଥ’ ସ୍କିମ୍‌ର ଶୁଭାରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୪।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଭାରତୀୟ ସେନାର ଅଗ୍ନିପଥ ସ୍କିମ୍‌ର ଶୁଭାରମ୍ଭ କରିଛନ୍ତି । ୩ ସେନାମୁଖ୍ୟଙ୍କ ଉପସ୍ଥିତିରେ ମନ୍ତ୍ରୀ ରାଜନାଥ ଏହି ସ୍କିମ୍‌କୁ ଘୋଷଣା କରିଛନ୍ତି। ସେନାକୁ ଆସିବାକୁ ଚାହୁଁଥିବା ଯୁବକଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ମିଳିବାର ସୁଯୋଗ ଦେବ ଏହି ସ୍କିମ୍‌। ଯୋଜନାରେ ପ୍ରାୟ ୪୫ ହଜାର ଯୁବ‘ଅଗ୍ନିବୀର’ଙ୍କୁ ନିଯୁକ୍ତି ମିଳିବ। ୪ ବର୍ଷ ନିଯୁକ୍ତି କାଳ ମଧ୍ୟରେ ପ୍ରଥମେ ୬ ମାସ ଟ୍ରେନିଂ ଦିଆଯିବ। ନିଯୁକ୍ତି ପରେ ମାସିକ ୩୦ରୁ ୪୦ ହଜାର ଦରମା ସହ ଟଙ୍କା ମିଳିବ। ସେହିପରି ୪ ବର୍ଷ ପରେ ସେଥିମଧ୍ୟରୁ ୨୫ ପ୍ରତିଶତଙ୍କୁ ପୂର୍ଣ୍ଣକାଳୀନ ନିଯୁକ୍ତି ମିଳିବା ସହ ବାକି ୭୫ ପ୍ରତିଶତଙ୍କୁ ପ୍ୟାକେଜ୍‌ ସହ ସେବା ଯୋଗାଇ ଦିଆଯିବ।
କୋଭିଡ ଯୋଗୁଁ ଦୁଇ ବର୍ଷ ହେଲା ବନ୍ଦ ଥିବା ସେନା ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଥିଲା। ଯାହା ଏବେ ପୁଣି ଆରମ୍ଭ ହେବ। ଏହି ଅଗ୍ନିପଥ ଯୋଜନାରେ ନିଯୁକ୍ତ ସୈନ୍ୟ ‘ଅଗ୍ନିବୀର’ ନାମରେ ତିନି ବାହିନୀରେ ଭର୍ତ୍ତି ହେବେ । ଏମାନଙ୍କ ରାଙ୍କ ସ୍ବତନ୍ତ୍ର ରହିବ । ଏମାନଙ୍କ ୟୁନିଫର୍ମରେ ଲାଗିବାକୁ ଥିବା ଚିହ୍ନ ମଧ୍ୟ ତିନି ବାହିନୀଠାରୁ ପୃଥକ ହେବ ।

Share