Categories: ଜାତୀୟ

ଆମେ ବୈଶ୍ୱିକ ଚ୍ୟାଲେଞ୍ଜର ସମାଧାନ ପାଇଁ ପ୍ରତିବଦ୍ଧ: ରାଜନାଥ

ନୂଆଦିଲ୍ଲୀ,୨୬।୯: ନୂଆଦିଲ୍ଲୀର ମାନେକଶା କେନ୍ଦ୍ରରେ ୧୩ତମ ଇଣ୍ଡୋ-ପାସିଫିକ ଚିଫ ଅଫ ଷ୍ଟାଫ କନଫରେନ୍ସ (ଆଇପିଏସିସି) ଆୟୋଜିତ ହୋଇଛି। ଏହି ସମ୍ମିଳନୀ ମଙ୍ଗଳବାର ଏବଂ ବୁଧବାର ୨ ଦିନ ଚାଲିବ। ପ୍ରଥମ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏଥିରେ ସାମିଲ ହୋଇଛନ୍ତି। ସେ କହିଛନ୍ତି ଯେ, ଭାରତ-ପ୍ରଶାନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଭୂ-ରାଜନୈତିକ ଅଞ୍ଚଳ ଭାବରେ ବିକଶିତ ହୋଇଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସମୟରେ କହିଛନ୍ତି , ଭାରତ-ପ୍ରଶାନ୍ତ ଅଞ୍ଚଳର ଛୋଟ ଦେଶର ଜଳବାୟୁ ପରିବର୍ତ୍ତନ ସହ ଜଡିତ ଚିନ୍ତାକୁ ଧ୍ୟାନରେ ରଖିବା ଜରୁରୀ ଅଟେ। ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯିବା ଉଚିତ୍‌ ବୋଲି ସେ କହିଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସମସ୍ତ ସଦସ୍ୟ ଦେଶ ଦ୍ୱାରା ଜି -୨୦ ନୂଆଦିଲ୍ଲୀ ନେତାଙ୍କ ଘୋଷଣାକୁ ଗ୍ରହଣ କରିବା ଏକ ବଡ଼ ସଫଳତା। ପାରସ୍ପରିକ ସମ୍ମାନ, କଥାବାର୍ତ୍ତା, ସହଯୋଗ, ଶାନ୍ତି, ସମୃଦ୍ଧତା ଉପରେ ଆଧାରିତ ବୋଲି ପ୍ରଧାନମନ୍ତ୍ରୀ ଭାରତ-ପ୍ରଶାନ୍ତ ପାଇଁ ଏକ ମନ୍ତ୍ର ଦେଇଛନ୍ତି। ସେ କହିଛନ୍ତି , ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଗୁରୁତ୍ୱ କେବଳ ସାମୁଦ୍ରିକ ବାଣିଜ୍ୟ କିମ୍ବା ଯୋଗାଯୋଗରେ ସୀମିତ ନୁହେଁ, ଏହାର ବ୍ୟାପକ ରାଜନୈତିକ, ସୁରକ୍ଷା ଏବଂ କୂଟନୈତିକ ଦିଗ ମଧ୍ୟ ରହିଛି।

 

Share