Categories: ଜାତୀୟ

ଲଦାଖରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ

ଶ୍ରୀନଗର,୧୭।୭:ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଲଦାଖରେ ପହଞ୍ଚିଛନ୍ତି। ତାଙ୍କ ସହ ଡିଫେନ୍ସ ଷ୍ଟାଫ ଜେନେରାଲ ମୁଖ୍ୟ ଜେନେରାଲ ବିପିନ ରାୱତ ଏବଂ ସେନା ମୁଖ୍ୟ ଜେନେରାଲ ଏମ ନରୱାନେ ଯାଇଛନ୍ତି। ଦୁଇ ଦିନଆ ଗସ୍ତ କାଳରେ ରାଜନାଥ ଶୁକ୍ରବାର ଲଦାଖ ଏବଂ ଶନିବାର ଜମ୍ମୁକଶ୍ମୀର ଯାତ୍ରା କରିବେ। ମେ ୫ରେ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ରେ ଭାରତ ଏବଂ ଚାଇନା ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହା ପ୍ରଥମ ଲଦାଖ ଗସ୍ତ। ସେଠାରେ ସେ ଯବାନମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖ ଗସ୍ତରେ ଆସିଥିଲେ। ରାଜନାଥ ଲଦାଖ ସ୍ଥିତ ପାଙ୍ଗୋଙ୍ଗ ହ୍ରଦ ନିକଟରେ ଥିବା ଲୁକଙ୍ଗ ପୋଷ୍ଟକୁ ଯିବେ। ଏହି ସମୟରେ ରାଜନାଥ ଅମରନାଥ ମନ୍ଦିର ପରିଦର୍ଶନ ଯାଇ ସ୍ଥିତି ଅନୁଧ୍ୟାନ କରିପାରନ୍ତି। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Share