Categories: ଜାତୀୟ

ତେଜୁଛି ଅଗ୍ନିପଥ ନିଆଁ: ସେନାଙ୍କ ସହ ବୈଠକ କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୮।୬: ଅଗ୍ନିପଥ ଯୋଜନାକୁ ନେଇ ଦେଶରେ ଜାରି ରହିଥିବା ବିରୋଧ ମଧ୍ୟରେ ସେନା ଏବଂ ସରକାର ମଧ୍ୟ ଆଲର୍ଟ ମୋଡରେ ଅଛନ୍ତି। ଶନିବାର ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନା ମୁଖ୍ୟ ତଥା ଡିଏମ୍‌ଏର ବରିଷ୍ଠ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଅଗ୍ନିପଥ ନିଯୁକ୍ତି ଯୋଜନା ଉପରେ ବିଚାର କରିବାକୁ ୩ସେନାର ମୁଖ୍ୟମାନେ ମଧ୍ୟ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚିଛନ୍ତି। ଉକ୍ତ ବୈଠକରେ ଏହି ଯୋଜନା ନେଇ ଆଲୋଚନା କରାଯାଉଛି। ଏହି ଅବସରରେ ସେନା ମୁଖ୍ୟ ମନୋଜ ପାଣ୍ଡେ, ବାୟୁସେନା ମୁଖ୍ୟ ବିବେକ ରାମ ଚୌଧୁରୀ, ନୌସେନା ମୁଖ୍ୟ ଆର ହରି କୁମାର ବୈଠକରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଇ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରୁ ରାଜଧାନୀ ଦିଲ୍ଲୀ ଫେରିଛନ୍ତି। କଶ୍ମୀରରୁ ଫେରିବା ପରେ ଶନିବାର ସକାଳେ ପ୍ରତିରକ୍ଷା ମନ୍ତ୍ରୀ ବାୟୁସେନା ଏବଂ ନୌସେନା ମୁଖ୍ୟଙ୍କ ସହ ବୈଠକ କରି ଅଗ୍ନିପଥ ଯୋଜନା ସମୀକ୍ଷା କରିବା ସହ ଯୁବକଙ୍କ କ୍ରୋଧକୁ ହ୍ରାସ କରିବା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି।

Share