Categories: ଜାତୀୟ

ବନ୍ଧୁକ ଧରିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଶ୍ରୀନଗର,୧୭।୭: ଶୁକ୍ରବାର ଲଦାଖରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଲଦାଖ ସ୍ଥିତ ପାଙ୍ଗୋଙ୍ଗ ହ୍ରଦ ନିକଟରେ ଥିବା ଲୁକଙ୍ଗ ପୋଷ୍ଟରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଗରେ ପାରା କମାଣ୍ଡରମାନେ ଯୁଦ୍ଧ ଅଭ୍ୟାସ କରିଥିଲେ। ଏହାସହ ରାଜନାଥଙ୍କୁ ମଧ୍ୟ ବନ୍ଧୁକ ଧରିଥିବା ଦେଖିବାକୁ ମିଳିଥିଲା। ଏହାସହ ସେ ଯବାନମାନଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। ପାଙ୍ଗୋଙ୍ଗ ହ୍ରଦ ନିକଟରେ ହିଁ ଭାରତ ଏବଂ ଚାଇନା ସୈନ୍ୟମାନେ ପ୍ରଥମେ ସାମ୍ନାସାମ୍ନି ହୋଇଥିଲେ। ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଡିଫେନ୍ସ ଷ୍ଟାଫ ଜେନେରାଲ ମୁଖ୍ୟ ଜେନେରାଲ ବିପିନ ରାୱତ ଏବଂ ସେନା ମୁଖ୍ୟ ଜେନେରାଲ ଏମ ନରୱାନେ ଯାଇଛନ୍ତି। ଦୁଇ ଦିନଆ ଗସ୍ତ କାଳରେ ରାଜନାଥ ଶୁକ୍ରବାର ଲଦାଖ ଏବଂ ଶନିବାର ଜମ୍ମୁକଶ୍ମୀର ଯାତ୍ରା କରିବେ। ମେ ୫ରେ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ରେ ଭାରତ ଏବଂ ଚାଇନା ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହା ପ୍ରଥମ ଲଦାଖ ଗସ୍ତ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖ ଗସ୍ତରେ ଆସିଥିଲେ।

Share