Categories: ଜାତୀୟ

ରାଜୌରି ଯିବେ ରାଜନାଥ

ନୂଆଦିଲ୍ଲୀ,୬।୫: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ରାଜୌରି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରତିରକ୍ଷା ମନ୍ତ୍ରୀ ବରିଷ୍ଠ ନେତା କମାଣ୍ଡର ଓ ପ୍ରତିରକ୍ଷା ଅଧିକାରୀଙ୍କ ସହ ରାଜୌରିରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅପରେଶନର ସମ୍ପୂର୍ଣ୍ଣ ତଥ୍ୟ ନେବେ। ଏହାସହ ସେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ବି ଦେବେ। ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ରାଜୌରିରେ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣରେ ୫ ଯବାନ ଶହୀଦ ହୋଇଥିଲେ। ଶୁକ୍ରବାରଠାରୁ ସେଠାରେ ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ସଂଘର୍ଷ ଚାଲିଛି।

Share