Categories: ଜାତୀୟ

ଶ୍ରୀଲଙ୍କା ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ,୧।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେପ୍ଟେମ୍ବର ୨ ଓ ୩ ରେ ଦୁଇ ଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ। ସରକାରଙ୍କ ପକ୍ଷରୁ କୁହାଯାଇଛି କି ଏହି ଯାତ୍ରା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବାକୁ ଏକ ମାଇଲ ଖୁଣ୍ଟ ହେବ।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ରାଜନାଥ ସିଂ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଓ ପ୍ରଧାନମନ୍ତ୍ରୀ ଦିନେଶ ଗୁଣବର୍ଦ୍ଧନଙ୍କ ସହ କଥା ହେବେ। ବିକ୍ରମାସିଂଘେଙ୍କ ନିକଟରେ ଶ୍ରୀଲଙ୍କା ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରଭାର ବି ରହିଛି।
ମନ୍ତ୍ରଣାଳୟ ପକ୍ଷରୁ ଏକ ବୟାନରେ କୁହାଯାଇଛି କି , ରାଜନାଥଙ୍କ ଯାତ୍ରା ସମୟରେ ସେ ଶ୍ରୀଲଙ୍କାର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ। ଏହି ସାକ୍ଷାତକାର ସମୟରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କିତ କଥାବର୍ତ୍ତା ହେବ ବୋଲି କୁହାଯାଉଛି।

Share