Categories: ଜାତୀୟ

ବ୍ରହ୍ମୋସ୍‌ ପାଇଁ ୧,୭୦୦ କୋଟିର ଡିଲ୍‌

ନୂଆଦିଲ୍ଲୀ,୨୨।୯: ନୌସେନାର ଫ୍ରଣ୍ଟଲାଇନ୍‌ ଯୁଦ୍ଧଜାହାଜରେ ଅତିରିକ୍ତ ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ମୁତୟନ ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ୧,୭୦୦ କୋଟି ଟଙ୍କାର ଚୁକ୍ତିନାମା ସ୍ବାକ୍ଷର କରିଛି। ୨୯୦ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ଥିବା ବ୍ରହ୍ମୋସ୍‌ ଉଭୟ ସ୍ଥଳଭାଗ ଓ ଶତ୍ରୁପକ୍ଷ ଜାହାଜକୁ ଟାର୍ଗେଟ କରିପାରିବ। ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବ୍ରହ୍ମୋସ୍‌ ଏରୋସ୍ପେସ୍‌ ପ୍ରାଇଭେଟ୍‌ ଲିମିଟେଡ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଏହା ନୌସେନାର ଆକ୍ରମଣ ସାମର୍ଥ୍ୟ ବୃଦ୍ଧି କରିବ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଧ୍ୱନିର ୩ ଗୁଣ ବେଗରେ ଗତି କରିପାରୁଥିବା ବ୍ରହ୍ମୋସ୍‌ ପୂର୍ବରୁ ଭାରତୀୟ ସ୍ଥଳସେନା ଓ ବାୟୁସେନାରେ ନିୟୋଜିତ ହୋଇଛି।

Share