Categories: ଜାତୀୟ

ବାୟୁସେନାର ବଢିବ ଶକ୍ତି, ସୁଖୋଇ-୩୦ ଏମକେଆଇ କିଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଲା ମଞ୍ଜୁରି

ନୂଆଦିଲ୍ଲୀ,୧୫।୯: ଭାରତୀୟ ବାୟୁସେନାରେ ସାମିଲ୍‌ ହେବ ୧୨ଟି ସୁଖୋଇ-୩୦ ଏମକେଆଇ। ଏହାକୁ କ୍ରୟ କରିବାକୁ ଅନୁମୋଦନ ଦେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ୱାରା ଏହି ଯୁଦ୍ଧ ବିମାନ ଭାରତରେ ନିର୍ମାଣ ହେବ। ପ୍ରତିରକ୍ଷା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।
୧୧ହଜାର କୋଟି ଟଙ୍କାର ପ୍ରକଳ୍ପରେ ବିମାନ ଏବଂ ଆନୁଷଙ୍ଗିକ ଗ୍ରାଉଣ୍ଡ ସିଷ୍ଟମ ଇତ୍ୟାଦି ପ୍ରସ୍ତୁତ ହେବ। ଆବଶ୍ୟକତା ଅନୁଯାୟୀ ଏହି ବିମାନରେ ୬୦ରୁ ଅଧିକ ସ୍ବଦେଶୀ ଉପାଦାନ ଅନ୍ତର୍ଭୁକ୍ତ ହେବ।

ସୂଚନାଯୋଗ୍ୟ, ସୁ-୩୦ ଏମକେଆଇକୁ ଭାରତୀୟ ବାୟୁସେନାରେ ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ବୋଲି ବିବେଚନା କରାଯାଏ। ଭାରତୀୟ ବାୟୁସେନାରେ ୨୭୨ଟି ସୁ-୩୦ଏମକେଆଇ ଅଛି। ଏହି ବିମାନ ମଧ୍ୟରୁ କେତୋଟିକୁ ସୁପରସୋନିକ କ୍ଷେପଣାସ୍ତ୍ର ବ୍ରହ୍ମୋସର ଉତକ୍ଷେପଣ ପାଇଁ ନବୀକରଣ କରାଯାଇଛି।

Share