ସୁନକଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ: ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଲଣ୍ଡନ,୧୧।୧:ବ୍ରିଟେନ ଗସ୍ତରେ ଥିବା ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲଣ୍ଡନରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଲଣ୍ଡନର ୧୦ ଡାଉନିଙ୍ଗ ଷ୍ଟ୍ରିଟରେ ଏହି ଦୁଇ ନେତାଙ୍କୁ ଭେଟିଥିଲେ। ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଉଭୟ ଦେଶ ସେମାନଙ୍କର ଐତିହାସିକ ସମ୍ପର୍କକୁ ଆଧୁନିକ, ବହୁମୁଖୀ ଏବଂ ପାରସ୍ପରିକ ଲାଭଦାୟକ ସହଭାଗୀତାରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ବ୍ରିଟେନ ଏବଂ ଅନ୍ୟାନ୍ୟ ସମାନ ଦେଶ ଭାରତ ସହ ମିଶି ଏକ ଶାନ୍ତିପୂର୍ଣ୍ଣ ତଥା ସ୍ଥିର ବିଶ୍ୱ ନିୟମ ଆଧାରିତ ଶୃଙ୍ଖଳାକୁ ଦୃଢ଼ କରିବା ଉଚିତ ଏବଂ ଭାରତର ବୃଦ୍ଧିରେ ସହଯୋଗୀ ହୋଇପାରିବ। ବ୍ରିଟିଶ ପ୍ରଧାନମନ୍ତ୍ରୀ ସୁନକ ମଧ୍ୟ ଦୁଇ ଦେଶ ସହିତ ବାଣିଜ୍ୟ, ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ରାଜି ହୋଇଥିଲେ। ଦୁଇ ଦେଶ ମଧ୍ୟରେ ଚାଲିଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ଏକ ସଫଳ ସିଦ୍ଧାନ୍ତରେ ନିଆଯାଇପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାମ ଦରବାରଙ୍କ ପ୍ରତିମୂର୍ତ୍ତିକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଉପହାର ଦେଇଛନ୍ତି। ଏହି ବୈଠକରେ ବ୍ରିଟେନର ଜାତୀୟ ସୁରକ୍ଷା ପରାମର୍ଶଦାତା ସାର୍‌ ଟିମ ବାରୋ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

ଆଫ୍ରିଦି ହେଲେ ପାକିସ୍ତାନର ମୁଖ୍ୟ ବିଚାରପତି

ଇସଲାମାବାଦ,୨୬।୧୦: ୟାହିୟା ଆଫ୍ରିଦି ଶନିବାର ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଭବନର ମିଡିଆ ୱିଙ୍ଗ ଦ୍ୱାରା...

ଇରାନର ଦକ୍ଷିଣ ପୂର୍ବରେ ଜୋରଦାର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ଦୁବଇ,୨୬।୧୦: ଶନିବାର ଇରାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ସିସ୍ତାନ ଏବଂ ବାଲୁଚିସ୍ତାନରେ ଏକ ପୋଲିସ କନଭେନ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ନ୍ୟୁଜ ଏଜେନ୍ସି...

ଜେଲରେ ବନ୍ଦ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସଙ୍କର ବଢିଲା ସମସ୍ୟା

ଦୁବଇ,୨୬।୧୦: ନୋବେଲ ଶାନ୍ତି ପୁରସ୍କାର ବିଜୟୀନି ନର୍ଗିସ ମୋହମ୍ମଦିଙ୍କ ସମସ୍ୟା ଥମିବାର ଯେମିତି ନାଁ ନେଉନାହିଁ। ତାଙ୍କୁ ପୁଣିଥରେ ଇରାନ କର୍ତ୍ତୃପକ୍ଷ ଅତିରିକ୍ତ ୬ମାସ କାରାଦଣ୍ଡରେ...

ଯୁଆଡେ ଚାହିଁଲେ ସେଆଡେ ହିନ୍ଦୁ, ବାଂଲାଦେଶରେ ସନାତନ ଜାଗରଣ ମଞ୍ଚର ବଡ଼ ପ୍ରଦର୍ଶନ

ଢାକା,୨୬।୧୦: ବାଂଲାଦେଶରେ ଲାଗାତାର ଭାବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସା ବିରୋଧରେ ସ୍ବର ଉତ୍ତୋଳନ...

ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri