Categories: ଜାତୀୟ

ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରତିରକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ,୨୬।୭: କାରଗୀଲ୍‌ ବିଜୟ ଦିବସର ୨୨ ତମ ବର୍ଷ ପୂରଣ ଅବସରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଦିଲ୍ଲୀ ସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ସୋମବାର ପୂର୍ବାହ୍ନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ମଧ୍ୟ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ, ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ଆର୍‌.କେ.ଏସ୍‌. ଭଦୋରିଆ ଏବଂ ନୌସେନାର ଭାଇସ୍‌ ଚିଫ୍‌ ଭାଇସ୍‌ ଆଡମିରାଲ ଜି. ଅଶୋକ କୁମାର, ସିଆଇଏସ୍ସି ଭାଇସ୍‌ ଆଡମିରାଲ ଅତୁଲ ଜୈନ ପ୍ରମୁଖ ଉପସ୍ଥିତ ଥିଲେ।

Share